ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୭୦୬ ଜଣ କରୋନା ଆକ୍ରାନ୍ତ

Published: Sep 10, 2020, 7:44 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକରୁ ସର୍ବାଧିକ ୪୧୧ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୫୪, ମୟୂରଭଞ୍ଜରୁ ୨୩୩, ଗଞ୍ଜାମରୁ ୧୭୩, ନୟାଗଡରୁ ୧୫୨, ବରଗଡରୁ ୧୩୯, ପୁରୀରୁ ୧୩୨, ରାୟଗଡାରୁ ୧୦୧, ଝାରସୁଗୁଡାରୁ ୯୩, ଯାଜପୁରରୁ ୯୨, କେନ୍ଦୁଝରରୁ ୮୨, ସମ୍ବଲପୁରରୁ ୮୧, ଜଗତସିଂହପୁରରୁ ୭୫, କେନ୍ଦ୍ରାପଡାରୁ ୬୬, ଢେଙ୍କାନାଳରୁ ୬୫, କୋରାପୁଟରୁ ୬୫, ଭଦ୍ରକରୁ ୫୩, ନବରଙ୍ଗପୁରରୁ ୫୨, ବାଲେଶ୍ବରରୁ ୩୮, ସୁନ୍ଦରଗଡରୁ ୩୪, କଳାହାଣ୍ଡିରୁ ୩୩, ମାଲକାନଗିରିରୁ ୨୭, ବଲାଙ୍ଗିରିରୁ ୨୫, ସୋନପୁରରୁ ୨୪, ବୌଦ୍ଧରୁ ୨୩, ନୂଆପଡାରୁ ୨୩, କନ୍ଧମାଳରୁ ୨୦, ଗଜପତିରୁ ୧୮, ଅନୁଗୁଳରୁ ୧୭, ଦେବଗଡରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୦୦୧ ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୨୧ ଥିବା ବେଳେ ସକ୍ରିୟ କେସ ଅଛି ୩୦ ହଜାର ୪୭୬ ଏବଂ ୫୯୧ ଜଣଙ୍କ କରୋନା ରେ ମୃତ୍ୟୁ ହୋଇଛି।

Related posts