
ଅକ୍ଷୟ କୁମାର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ଆଜି ପରଦା ଉପରକୁ ଆସିଛି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅନୁରାଗ ସିହ୍ନା। ଏହି ଫିଲ୍ମକୁ କରନ୍ ଜୋହର୍ ଓ ଅରୁଣ ଭାଟିଆଙ୍କ ମିଳିତ ପ୍ରଯୋଜନା ସଂସ୍ଥା ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ଫିଲ୍ମରେ ଅକ୍ଷୟ-ପରିଣୀତିଙ୍କ ବ୍ୟତୀତ ମୀର୍ ସରଓ୍ବାର୍, ବଂଶ ଭରଦ୍ବାଜ, ଜସପ୍ରିତ ସିଂ, ବିବେକ ସାଇନି ଓ ବିକ୍ରମ କୋଚର ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ସାରଗଡ଼ୀ ଯୁଦ୍ଧକୁ ନେଇ ଆଧାରିତ। ୧୦,୦୦୦ ଆଫଗାନ୍ଙ୍କ ସହ ୨୧ ଜଣ ଶିଖ୍ ସୈନିକଙ୍କ ଯୁଦ୍ଧକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ। ପୂର୍ବରୁ ଏହି ଫିଲ୍ମକୁ ସଲମନ୍ ଖାନ୍ ପ୍ରଯୋଜନା କରିବେ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଶେଷ ମୁହର୍ତ୍ତରେ ସଲମନ୍ ଏହି ଫିଲ୍ମରୁ ଓହରି ଆସିଥିଲେ। ତେବେ ଫିଲ୍ମର ଟ୍ରେଲର୍ଟିରେ ଅକ୍ଷୟଙ୍କ ଡାଇଲଗ୍ ସହ ଆକ୍ସନକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏହି ଫିଲ୍ମ ଗୀତଗୁଡ଼ିକ ମଧ୍ୟ ଶ୍ରୋତାଙ୍କୁ ଆକୃଷ୍ଟ କରିପାରିଛି। ଅକ୍ଷୟଙ୍କ ଦମଦାର୍ ସଂଳାପ ସହ ଆକ୍ସନ ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ। ତେବେ ସିନେସମୀକ୍ଷକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ଦେଶପ୍ରେମର ବାର୍ତ୍ତା ନେଇ ଏହି ଫିଲ୍ମଟି ହୋଲି ଅବସରରେ ସମସ୍ତଙ୍କୁ ତା’ ରଙ୍ଗରେ ରଙ୍ଗାୟିତ ତ ନିଶ୍ଚୟ କରିବ।