ଚୀନ ଅନୁପ୍ରବେଶକୁ ନେଇ ମୋଦି ସରକାରଙ୍କୁ ଘେରିଲେ ରାହୁଲ

Published: Sep 11, 2020, 11:18 am IST

ନୂଆଦିଲ୍ଲୀ : ଭାରତୀୟ ସୀମା ମଧ୍ୟକୁ ଚୀନ ସେନାର ଅନୁପ୍ରବେଶକୁ ନେଇ ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଶୁକ୍ରବାର ଟ୍ୱିଟ୍ଟର ଜରିଆରେ ରାହୁଲ ସରକାରଙ୍କୁ ସମାଲୋଚନା କରିଛନ୍ତି । ଲଦାଖରେ ଚୀନ ସେନା ଅକ୍ତିଆର କରିଥିବା ଭାରତୀୟ ସୀମା କେବେ ଫେରସ୍ତ ଅଣାଯାଉଛି ବୋଲି ରାହୁଲ ପ୍ରଶ୍ନ କରିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଆକ୍ଟ ଅଫ୍ ଗଡ ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି ରାହୁଲ । ଭାରତ ସରକାର ପୂର୍ବ ଲଦାଖରେ ଚୀନ ଅକ୍ତିଆର କରିଥିବା ସୀମା ଫେରସ୍ତ ଆଣିବ ନା ଆକ୍ଟ ଅଫ ଗଡର ନାମ ନେଇ ଏହି ଭୂମି ଚୀନକୁ ଦେଇ ଦେବ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଋଷରେ ଭେଟିଥିବା ବେଳେ ରାହୁଲ ଏହି ଟ୍ୱିଟ କରିଛନ୍ତି ।

ଅପରପକ୍ଷରେ ଏଲଏସି ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ୍‌ ମଧ୍ୟରେ ପଞ୍ଚସୂତ୍ରୀୟ ସହମତି ସ୍ଥାପନ ହୋଇଥିବା ଜଣାପଡିଛି । (ଏଜେନ୍ସି)

Related posts