Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ନିର୍ବାଚନମଣ୍ଡଳୀରେ ଗାଇଡଲାଇନ୍‌ ଭିତରେ ଦୁର୍ଗା ପୂଜା ପାଳନକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଆଲୋଚନା
ଆଜିର ଖବର

ଚିଲିକା ନିର୍ବାଚନମଣ୍ଡଳୀରେ ଗାଇଡଲାଇନ୍‌ ଭିତରେ ଦୁର୍ଗା ପୂଜା ପାଳନକୁ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଆଲୋଚନା

September 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ ବେହୁରିଆଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏନ.ଏ.ସି ସଭା ଗୃହରେ ଚିଲିକା ନିର୍ବାଚନମଣ୍ଡଳୀରେ ଦୁର୍ଗା ପୂଜା ପାଳନ ସମ୍ବନ୍ଧୀୟ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ବାଣପୁର ଏବଂ ବାଲୁଗାଁ ର ବିଭିନ୍ନ ପୂଜା କମିଟିର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପୂଜା ଗାଇଡ଼ଲାଇନକୁ କଡାକଡି ଭାବେ ପାଳନ କରିବାକୁ ଉପଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେବା ସହ ଏହାକୁ ମାନିବା ପାଇଁ ପୂଜା କମିଟିର ପ୍ରତିନଧି ମାନଙ୍କୁ ଅନୁରୋଧ କରିଥିଲେ। ପୂଜା ପାଳନ ପାଇଁ ସବୁ କମିଟି ମାନେ ସ୍ଥାନୀୟ ତହସିଲଦାରଙ୍କଠୁ ଅନୁମତି ଆଣିବା ବାଧ୍ୟତାମୂଳକ ବୋଲି ଉପଜିଲ୍ଲାପାଳ ମନ୍ତବ୍ୟ ଦେଇଥିଲେ। ଯଦି କୌଣସି କମିଟି ସରକାରଙ୍କ ଗାଇଡ଼ଲାଇନକୁ ଉଲଂଘନ କରେ ତାହାଲେ ସ୍ଥାନୀୟ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିବେ। ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲା ଗୁଇନ୍ଦା ବିଭାଗ ଡ଼ି.ଏସ.ପି  ଅତନୁ ରାଉତ, ଚିଲିକା ତହସିଲଦାର ପୁନମ ମହାପାତ୍ର, ବାଣପୁର ତହସିଲଦାର ମନ୍ମଥ ବେହରା, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ କୁମାର ଦାସ, ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ଏବଂ ବାଲୁଗାଁ ଆଇ.ଆଇ.ସି ରମାକାନ୍ତ ମାହାଲିକ ଆଦି ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂଜା ପାଇଁ ନିମ୍ନ ଗାଇଡଲାଇନ୍‌ ଜାରି କରିଛନ୍ତି ।

୧- ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ

୨- ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନସିଟିରେ ପୁଲିସ କମିଶନରଙ୍କ ଅନୁମତି ଆବଶ୍ୟକ

୩-କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ

୪-ସାଧାରଣ ଲୋକ ଭାଗ ନେଇ ପାରିବେନି, ଗହଳି ହୋଇପାରିବନି

୫- ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ

୬-ଏମିତି ବନ୍ଦ ରହିବ, ଯେମିତି ସାଧାରଣ ଲୋକ ପ୍ରତିମା ଦେଖି ପାରିବେନି

୭- ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ

୮- ମଣ୍ଡପରେ ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ ରହିବ

୯- ମଣ୍ଡପରେ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିବେନି

୧୦-ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ, ମାସ୍କ ଆଦି ମାନିବାକୁ ବାଧ୍ୟ

୧୧- ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ

୧୨- କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ

୧୩- ଗାଇଡଲାଇନ ଭଙ୍ଗକଲେ ବିପର୍ଯ୍ୟୟ ପରିଚାଳନା ଆଇନ, ଏପିଡେମିକ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

କୋଭିଡ୍‌ ଗାଇଡଲାଇନ୍‌ ଚିଲିକା ଦୁର୍ଗାପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026
Latest News

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲେନି ତିନିଠାକୁର, ଶୁକ୍ରବାର ସକାଳେ ପୁଣି ହେବ ରଥ ଟଣା

July 16, 2026

ଆରଜେଡିରୁ ଇସ୍ତଫା ଦେଲେ ମୃତ୍ୟୁଞ୍ଜୟ ତିୱାରୀ

July 16, 2026

ଗ୍ରାମରେ ମଦ ଭାଟିକୁ ନେଇ ଗର୍ଜିଲେ ମହିଳା: ଭାଙ୍ଗିଲେ ମଦ ଭାଟି

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତ ସମାଗମ

July 16, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.