ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ନେଇ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।ସଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖିବି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।କଙ୍ଗନା କିମ୍ବା ସୁଶାନ୍ତଙ୍କ ନାଁକୁ ନେଇ କିଛି ନକହି ସେ କହିଛନ୍ତି ଯେ , ମୋ ନିରବତାକୁ କେହି ଦୁର୍ବଳତା ବୋଲି ନ ଭାବନ୍ତୁ । ଏବେ ମୁଁ ଯେ କୌଣସି ରାଜନୈତିକ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।
ରାଜ୍ୟରେ କରୋନା ମୁକାବିଲା ନେଇ ଉଦ୍ଧବ ଠାକରେଙ୍କ ନୂଆ ଅଭିଯାନ ଘୋଷଣା କରିଛନ୍ତି । ଆସନ୍ତା 15 ତାରିଖରୁ ଆରମ୍ଭ ‘ମୋ ପରିବାର, ମୋ ଦାୟିତ୍ୱ’ ଅଭିଯାନ ଆରମ୍ଭ କରିବେ ।
ଅଭିନେତ୍ରୀ କଙ୍ଗନା ରନୌତ, ଶିବସେନା ଓ ମହାରାଷ୍ଟ୍ର ସରକାର ମଧ୍ୟରେ ବିବାଦ ଲାଗି ରହିଛି । ଉଦ୍ଧବ ନିଜ ସମ୍ବୋଧନରେ କଙ୍ଗନା କିମ୍ବା ପୂର୍ବ ନୌସେନା ଅଧିକାରୀଙ୍କ ମାଡ ପ୍ରସଙ୍ଗରେ କିଛି ଉତ୍ତର ରଖିନାହାନ୍ତି । ଅପରପକ୍ଷରେ କଙ୍ଗନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୌଶିୟାରୀଙ୍କ ସହ ସାକ୍ଷାତ କରିବାର ଅଛି । ସୂଚନାଯୋଗ୍ୟ, କଙ୍ଗନା ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିବାବେଳେ ଶିବସେନା ଏହାକୁ ନେଇ କଙ୍ଗନାକୁ ଟାର୍ଗେଟ୍ କରିଛି ।