Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶବ ଅଦଳବଦଳ ନେଇ ଦୁଇ ନିଲମ୍ବିତ : ପଦାରେ ପଡିଲା ହସ୍ପିଟାଲର ଦାୟିତ୍ବହୀନତା
ଆଜିର ଖବର

ଶବ ଅଦଳବଦଳ ନେଇ ଦୁଇ ନିଲମ୍ବିତ : ପଦାରେ ପଡିଲା ହସ୍ପିଟାଲର ଦାୟିତ୍ବହୀନତା

September 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ମୃତଦେହକୁ ଭୁଲକ୍ରମେ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଜଣାପଡିବା ପରେ ହଙ୍ଗମା ହେବା ସହିତ ହସ୍ପିଟାଲର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ 27 ବର୍ଷୀୟ ଅଙ୍କୁଶଙ୍କର ଅଗଷ୍ଟ 28 ତାରିଖରେ ଆକ୍ସିଡେଣ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାୟନ ଅର୍ଥାତ୍‌ ଲୋକମାନ୍ୟ ତିଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର 13 ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଙ୍କୁଶଙ୍କ ମୃତ୍ୟୁ ହୋଇଥିବା ନେଇ ଅଙ୍କୁଶପରିବାରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହାପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ହସ୍ପିଟାଲ ବାହାରେ ଅଙ୍କୁଶଙ୍କ ପରିବାର ଶବ ପାଇଁ ଅପେକ୍ଷାରତ ରହିଥିବାବେଳେ ଉକ୍ତ ହସ୍ପିଟାଲର ଦୁଇ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅଙ୍କୁଶଙ୍କ ଶବ ଅନ୍ୟ ଏକ ପରିବାରକୁ ଦିଆଯାଇଥିଲା । ସେହି ପରିବାରର ଲୋକେ ଶବକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଇଥିଲେ । ଅପରପକ୍ଷରେ ଅଙ୍କୁଶଙ୍କ ପରିବାରକୁ ଅନ୍ୟ ଏକ ମୃତ୍ୟଦେହ ଦିଆଯାଇଥିଲା । ଯାହାକୁ ଅଙ୍କୁଶଙ୍କ ପରିବାର ନେବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ଅଙ୍କୁଶଙ୍କ ପରିବାର ଲୋକେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ । ଘଟଣା ଅଧିକ ଉତ୍ତେଜନା  ହେବାରୁ ପୋଲିସ୍‌ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ହସ୍ପିଟାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)

hospital
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026
Latest News

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026

୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା

August 26, 2026

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.