Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାର ଜିଲ୍ଲା ଚିକିତ୍ସାଳୟ ପାଇଁ ସୃଷ୍ଟି କଲେ ୨୦ ଟି ନୂଆ ପଦବୀ

ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି। ଏ ବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି କାର୍ଯ୍ୟାଳୟ ଆଦେଶ।

ସେହି ଅନୁସାରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ , ୧ଟି ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ୧ ଟି ଦନ୍ତ ଚିକିତ୍ସକ, ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି ।

ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶା ପ୍ରକାଶ କରିବା ସହ ଏଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶବ ଅଦଳବଦଳ ନେଇ ଦୁଇ ନିଲମ୍ବିତ : ପଦାରେ ପଡିଲା ହସ୍ପିଟାଲର ଦାୟିତ୍ବହୀନତା

ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ମୃତଦେହକୁ ଭୁଲକ୍ରମେ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଜଣାପଡିବା ପରେ ହଙ୍ଗମା ହେବା ସହିତ ହସ୍ପିଟାଲର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ 27 ବର୍ଷୀୟ ଅଙ୍କୁଶଙ୍କର ଅଗଷ୍ଟ 28 ତାରିଖରେ ଆକ୍ସିଡେଣ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାୟନ ଅର୍ଥାତ୍‌ ଲୋକମାନ୍ୟ ତିଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର 13 ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଙ୍କୁଶଙ୍କ ମୃତ୍ୟୁ ହୋଇଥିବା ନେଇ ଅଙ୍କୁଶପରିବାରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହାପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ହସ୍ପିଟାଲ ବାହାରେ ଅଙ୍କୁଶଙ୍କ ପରିବାର ଶବ ପାଇଁ ଅପେକ୍ଷାରତ ରହିଥିବାବେଳେ ଉକ୍ତ ହସ୍ପିଟାଲର ଦୁଇ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଅଙ୍କୁଶଙ୍କ ଶବ ଅନ୍ୟ ଏକ ପରିବାରକୁ ଦିଆଯାଇଥିଲା । ସେହି ପରିବାରର ଲୋକେ ଶବକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଇଥିଲେ । ଅପରପକ୍ଷରେ ଅଙ୍କୁଶଙ୍କ ପରିବାରକୁ ଅନ୍ୟ ଏକ ମୃତ୍ୟଦେହ ଦିଆଯାଇଥିଲା । ଯାହାକୁ ଅଙ୍କୁଶଙ୍କ ପରିବାର ନେବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ଅଙ୍କୁଶଙ୍କ ପରିବାର ଲୋକେ ହସ୍ପିଟାଲରେ ପାଟିତୁଣ୍ଡ କରିଥିଲେ । ଘଟଣା ଅଧିକ ଉତ୍ତେଜନା  ହେବାରୁ ପୋଲିସ୍‌ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ହସ୍ପିଟାଲ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଶ୍ବାସକ୍ରିୟା ଜନିତ ସମସ୍ୟା ଯୋଗୁଁ ହସ୍‌ପିଟାଲରେ ସଞ୍ଜୁବାବା : ସୁସ୍ଥ ଥିବା ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ ।  61 ବର୍ଷୀୟ  ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍‌ ଆସିଛି ।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଞ୍ଜୁବାବା ନିଜ ଫ୍ୟାନ୍ସମାନଙ୍କୁ ଆଶ୍ବସ୍ତିକର ବାର୍ତ୍ତା ଦେଇଛନ୍ତି । ସଂଜୟ ଦତ୍ତ ଟୁଇଟର ଏବଂ ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ମୁଁ ଠିକ ଅଛି । ଲୀଲାବତୀ ହସ୍‌ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଠାରୁ ସଂପୂର୍ଣ୍ଣ ଠିକ ହୋଇ ଦିନେ ଦୁଇ ଦିନ ମଧ୍ୟରେ ଘରକୁ ଯିବ । ଆପଣମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ସଞ୍ଜୁ ବାବା । ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌ – ଚାପ୍ଟର 2’ରେ ଅଧୀରା ଭୂମିକାରେ ନଜର ଆସୁଛନ୍ତି ସଞ୍ଜୟ ଦତ୍ତ । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାରେ ଲୋକାର୍ପିତ ହେଲା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ

ହେମାଙ୍ଗ ପ୍ରସାଦ ରାଉଳ

ଗଞ୍ଜାମ: କରୋନା ମହାମାରୀର ମୁକାବିଲା କରିବା ପାଇଁ ଓଡିଶା ସରକାର ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ-୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୭ଟି କୋଭିଡ୍‌ ହସ୍ପିଟାଲର ଉଦ୍‌ଘାଟନ କରାଯାଇଥିଲା।  ଟାଟା ଷ୍ଟିଲ ଦେଇଥିବା ପାଣ୍ଠି ଦ୍ଵାରା ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଟାଟା ଷ୍ଟିଲ ମେଡିକା ଦ୍ବାରା ଏହି ହସ୍ପିଟାଲ ନିୟନ୍ତ୍ରିତ ହେବ। ଏହି ମେଡିକାଲଟି ଉଭୟ ଡିସିଏଚ ଏବଂ ଡି ସିଏ ସି ଭାବେ କାର୍ଯ୍ୟ କରିବ। ଏମକେସିଜି ଗଞ୍ଜାମ ପକ୍ଷରୁ ଡାକ୍ତର, ଷ୍ଟାଫ ନର୍ସ ଏବଂ ଅନ୍ୟାନ୍ୟ ସରଞ୍ଜାମ ଏହି ହସ୍ପିଟାଲକୁ ଯୋଗାଇ ଦିଆଯିବ।

କୋଭିଡ-୧୯ ଗାଇଡ ଲାଇନ ଅନୁସାରେ ଏଠାରେ ଭେଣ୍ଟିଲେଟର ସହିତ ୧୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ଆଉ ୫ ଟି ଆଇସିୟୁ ବେଡର ବ୍ୟବସ୍ଥା କରାଯିବ। ଏଥିରେ ଅଲଗା ଅଲଗା ଆଇସୋଲେସନ ଏବଂ ସାଧାରଣ କୋଭିଡ ୱାର୍ଡ ରହିବ। ଏହି ହସ୍ପିଟାଲ ପାଇଁ ନୋଡାଲ ଅଫିସର ଡାକ୍ତର ଉମା ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି।

ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ଲାଗି ମେଡିକାଲ କ୍ୟାମ୍ପସ ଭିତରେ ବ୍ୟବସ୍ଥା ହୋଇଛି। ଟାଟା ମେଡିକାର କର୍ମଚାରୀ ଏହି ହସ୍ପିଟାଲର କାର୍ଯ୍ୟକୁ ସୁରୁଖୁରୁରେ ଚାଲିବାରେ ସହାୟତା କରିବେ। ଏହି ହସ୍ପିଟାଲରେ କୋଭିଡ-୧୯ ର ନିୟମାବଳୀକୁ କଡାକଡି ପାଳନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲ୍‌ର ଉଦ୍‌ଘାଟନ ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ, ବିଏମ୍‌ସି କମିଶନର, ଟାଟା ମେଡିକାଲର ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋରୋନା ମୁକାବିଲା : ହୋଟେଲ ପାଟଳୀପୁତ୍ରକୁ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କଲେ ବିହାର ସରକାର

ପାଟନା : ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିହାର ସରକାରଙ୍କ ପକ୍ଷରୁ ହୋଟେଲ ପାଟଳୀପୁତ୍ରକୁ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯାଇଛି । ମଙ୍ଗଳବାର ଦିନ ବିହାର ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଭାରତର 7ଟି ରାଜ୍ୟ କୋରୋନା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଏହି ରାଜ୍ୟରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ରଖାଯିବ । ବିଗତ ଏକ ବର୍ଷ ଧରି ହୋଟେଲ ପାାଟଳୀପୁତ୍ର ବନ୍ଦ ରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କୋରୋନା ଚିକିତ୍ସାରେ ଏହାର ବ୍ୟବହାର କରିବାର ପ୍ରସ୍ତାବ ଦେଇଥିଲେ । ହୋଟେଲ୍‌କୁ ସଫା କରାଯିବା ପରେ 48 ଶଯ୍ୟାକୁ ସମ୍ପୂର୍ଣ୍ଣ ଆଇସୋଲେସନ୍‌ ଶଯ୍ୟା ଭାବରେ ରଖାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ନିର୍ମଳାଙ୍କୁ ନେଇ ‘ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଉଦାହରଣ’ ବୋଲି ଅଭିହିତ କଲେ ଶଶୀ ଥରୁର୍‌

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍‌। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ ଗରମ୍‌ ମାହୋଲ୍‌ରେ ବିପକ୍ଷ ଦଳଙ୍କ ନେତାଙ୍କ ଦେଖାସାକ୍ଷାତ୍‌କୁ ଦେଖିଲେ ଭାରତୀୟ ରାଜନୀତିରେ ସୁନ୍ଦରତାକୁ ଦର୍ଶାଇଥାଏ। କଂଗ୍ରେସ ସାଂସଦ ତଥା ତିରୁଅନନ୍ତପୁରମ୍‌ର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର୍‌ ସୋମବାର ଦିନ ମନ୍ଦିରରେ ତୁଳାଭରମ୍‌ ପୂଜା କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଏପରିକି ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ୍‌ ପଡିଛି। ଆଜି ଅର୍ଥାତ୍‌ ଏପ୍ରିଲ୍‌ ୧୬ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରାମଣ ଆଜି ତାଙ୍କୁ ଦେଖିବାକୁ ହସ୍‌ପିଟାଲ୍‌ରେ ପହଞ୍ଚିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ଭଲ ମନ୍ଦ ବୁଝିଥିଲେ। ତେବେ ଏହାକୁ ନେଇ ଶଶି ଥରୁର୍‌ ଏକ ଟୁଇଟ କରିଛନ୍ତି। ତାଙ୍କ ସହ ସୀତାରମଣଙ୍କ ସାକ୍ଷାତ ସମୟର ଏକ ଫଟୋକୁ ସେୟାର କରିବା ସହିତ ଶଶୀ ଲେଖିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ସୀତାରମଣଙ୍କ ଏହି ସ୍ବଭାବରେ ସେ ବହୁତ ଭାବବିହ୍ବଳିତ ହୋଇଛନ୍ତି, ଆଜିର ନିର୍ବାଚନୀ ବ୍ୟସ୍ତତା ଭିତରୁ ସମୟ ବାହାର କରି ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଜାଣିବା ପାଇଁ ହସ୍‌ପିଟାଲ୍‌ ଆସିଛନ୍ତି। ତାଙ୍କର ଏହି ସ୍ବଭାବକୁ ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଏକ ଉଦାହରଣ ବୋଲି ଅଭିହିତ କରିଛନ୍ତି ଶଶୀ ଥରୁର୍‌।

Categories
ଆଜିର ଖବର

ତିବ୍ଦତ୍‌ର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ

ତିବ୍ଦତ୍‌ର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ସଂକ୍ରମଣ ହୋଇଥିବା ଯୋଗୁଁ  ମଙ୍ଗଳବାର ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦଲାଇ ଲାମା ଦିଲ୍ଲୀ ଆସି ନିଜର ଚିକିତ୍ସା କରାଇଥିଲେ। କୁହାଯାଉଛି ଯେ, ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତରମାନେ ତାଙ୍କର କିଛି ପରୀକ୍ଷା କରିଛନ୍ତି, ଯାହାର ରିପୋର୍ଟ ଭଲ ଥିବା ସୂଚନା ମିଳିଛି। ଦଲାଇ ଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ ଟକଲା କହିଛନ୍ତି ଯେ, ମଙ୍ଗଳବାର ଧର୍ମଗୁରୁଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨/୩ ଦିନ ପର୍ଯ୍ୟନ୍ତ ସେ ହସ୍ପିଟାଲରେ ରହି ଚିକିତ୍ସିତ ହେବ।