ଶ୍ବାସକ୍ରିୟା ଜନିତ ସମସ୍ୟା ଯୋଗୁଁ ହସ୍‌ପିଟାଲରେ ସଞ୍ଜୁବାବା : ସୁସ୍ଥ ଥିବା ନେଇ ଦେଲେ ବାର୍ତ୍ତା

Published: Aug 9, 2020, 9:45 am IST

ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ ।  61 ବର୍ଷୀୟ  ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍‌ ଆସିଛି ।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଞ୍ଜୁବାବା ନିଜ ଫ୍ୟାନ୍ସମାନଙ୍କୁ ଆଶ୍ବସ୍ତିକର ବାର୍ତ୍ତା ଦେଇଛନ୍ତି । ସଂଜୟ ଦତ୍ତ ଟୁଇଟର ଏବଂ ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ମୁଁ ଠିକ ଅଛି । ଲୀଲାବତୀ ହସ୍‌ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଠାରୁ ସଂପୂର୍ଣ୍ଣ ଠିକ ହୋଇ ଦିନେ ଦୁଇ ଦିନ ମଧ୍ୟରେ ଘରକୁ ଯିବ । ଆପଣମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ସଞ୍ଜୁ ବାବା । ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌ – ଚାପ୍ଟର 2’ରେ ଅଧୀରା ଭୂମିକାରେ ନଜର ଆସୁଛନ୍ତି ସଞ୍ଜୟ ଦତ୍ତ । (ଏଜେନ୍ସି)

Related posts