Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସହରର ଷ୍ଟ୍ରିଟ ଲାଇଟ: ଦିନରେ ଆଲୋକ ରାତିରେ ଅନ୍ଧାର
ଆଜିର ଖବର

ବାଣପୁର ସହରର ଷ୍ଟ୍ରିଟ ଲାଇଟ: ଦିନରେ ଆଲୋକ ରାତିରେ ଅନ୍ଧାର

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏହି ସହରର ଅନେକ ସ୍ଥାନରେ ଦିନ ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ଅତି ଆବଶ୍ୟକୀୟ ଅଞ୍ଚଳରେ ଜମା ଜଳୁନି ଷ୍ଟ୍ରିଟ ଲାଇଟ। ଏଠି ଆମେ କହୁଛୁ ବାଣପୁର ସହରର ଗୁରୁତ୍ୱପୂର୍ଣ୍ଣ ତଥା ସରକାରୀ ଅଞ୍ଚଳ ତହସିଲ ରୋଡ଼ କଥା। ଉକ୍ତ ରାସ୍ତାରେ ବାଣପୁରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ଅବସ୍ଥିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ଅଚଳ ଅବସ୍ଥାରେ ଥିବାବେଳେ ଏହାର ନିକଟରେ ଥିବା ପଲଟନ ପଡିଆ ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଦିନ ତମାମ ଜଳିରହୁଛି।

ବାଣପୁର ସହରରେ ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ ହେଲା ପରେ ଏନ.ଏ.ସି ର କିଛି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ମରାମତି ହେଲା ସତ କିନ୍ତୁ ତାହା ସ୍ୱଳ୍ପ ଦିନ ପାଈଁ ଜଳିଲା। ମୁଖ୍ୟତଃ ସହରର ଗୁରୁତ୍ୱପୂର୍ଣ ଅଞ୍ଚଳ ଯଥା ଗାଲୁଆ ଛକ ଠାରୁ କେନାଲ ରୋଡ଼ ଏବଂ ତହସିଲ ରୋଡ଼ରେ ଗୋଟିଏ ହେଲେ ଷ୍ଟ୍ରିଟ ଲାଇଟ ଜଳୁନି।  ଯାହାଫଳରେ ପ୍ରତିଦିନ ସନ୍ଧ୍ୟାବେଳେ ସହରବାସୀଙ୍କ ଗମନାଗମନରେ ବହୁତ ଅସୁବିଧା ସୃଷ୍ଟି ହେଉଛି। ଗାଲୁଆ ଛକରୁ କେନାଲ ରୋଡ଼ ମଧ୍ୟରେ ବିଦେଶୀ ମଦ ଦୋକାନ ପଡୁଥିବାରୁ ସେଠାରେ ଅନ୍ଧାର ହେବା ମାନେ କଙ୍କଡାକୁ ଗୋଳିପାଣି ସୁହାଇଲା ଭଳିଆ। ଫଳରେ ଉକ୍ତ ସ୍ଥାନଟି ସଦାବେଳେ ଅଶାନ୍ତ ରହୁଛି। କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ।

ତେଣୁ ଯଦି ଅଞ୍ଚଳର ସର୍ବେସର୍ବା ତଥା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଷ୍ଟ୍ରିଟ ଲାଇଟ ଜଳୁନି ତାହାହେଲେ ସମଗ୍ର ସହରର ଅବସ୍ଥା କଣ ରହୁଥିବ ଏଥିରୁ ଅନୁମାନ କରାଯାଇପାରୁଥିବ। ଭୋକ ବିକଳରେ ତାଟିଆ କାମୁଡ଼ିଲାପରି ଷ୍ଟ୍ରିଟ ଲାଇଟ ସବୁ ମରାମତି ହେଉଛି ଯାହା ଫଳରେ ଆଜି ଏହି ଅବସ୍ଥା। ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ପଲଟନ ପଡିଆରେ ଦିନଯାକ ଷ୍ଟ୍ରିଟ ଲାଇଟ ଜଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପଡିଆ ମଧ୍ୟରେ ଥିବା ବଡ଼ ହାଇମାଷ୍ଟ ଲାଇଟ ଅଚଳ ହୋଇଯାଇଥିବା ସ୍ଥଳେ ଷ୍ଟ୍ରିଟ ଲାଇଟ ଦିନରାତି ଜଳୁଛି।

ବର୍ତ୍ତମାନ କୋଭିଡ଼ ସମୟରେ ସରକାର ଚବିଶ ଘଣ୍ଟା ବିଦ୍ୟୁତ ସରବରାହକୁ ଗୁରୁତ୍ୱ ଦେଉଥିବାବେଳେ ବାଣପୁରର କୋଭିଡ କଣ୍ଟ୍ରୋଲ ରୁମ ଯଥା ବ୍ଲକ ଏବଂ ତହସିଲ ରୋଡ଼ ଅନ୍ଧକାର ହେବା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ଉକ୍ତ ରୋଡ଼ ଦେଇ ହଜାର ହଜାର  ଲୋକ ନିକଟସ୍ଥ ଭୀମପୁର ଏବଂ ଅନ୍ୟ ଗ୍ରାମକୁ ଯାତାୟାତ କରିଥାନ୍ତି। ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସହରର ଆଲୋକୀକରଣରେ ଖର୍ଚ୍ଚ କରୁଥିବା ସ୍ଥଳେ ବାଣପୁର ସହରର ହୃତପିଣ୍ଡ ଯଦି ଅନ୍ଧକାରରେ ରହିବ ତାହାହେଲେ କହିବା କାହାକୁ?

ଗାଲୁଆ ଛକ ଠାରୁ କେନାଲ ରୋଡ଼ ଏବଂ ତହସିଲ ରୋଡ଼ ଏକ ଗୁରୁତ୍ୱପୂର୍ଣ ତଥା ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଯଥାଶୀଘ୍ର ଖରାପ ହୋଇଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ମରାମତି କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଅପରପକ୍ଷରେ ସହରର ପ୍ରତି ୱାର୍ଡରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ଗୁଡିକୁ ଯଥାଶୀଘ୍ର ମରାମତି କରିବା ସହ ଯେଉଁଠାରେ ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି ତାକୁ ମଧ୍ୟ ଚିହ୍ନଟ କରି ମରାମତି କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026
Latest News

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.