Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ସହରର ଷ୍ଟ୍ରିଟ ଲାଇଟ: ଦିନରେ ଆଲୋକ ରାତିରେ ଅନ୍ଧାର
ଆଜିର ଖବର

ବାଣପୁର ସହରର ଷ୍ଟ୍ରିଟ ଲାଇଟ: ଦିନରେ ଆଲୋକ ରାତିରେ ଅନ୍ଧାର

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଦେଖିବାକୁ ମିଳିଛି ଅଜବ ଘଟଣା। ଏହି ସହରର ଅନେକ ସ୍ଥାନରେ ଦିନ ରାତି ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ଅତି ଆବଶ୍ୟକୀୟ ଅଞ୍ଚଳରେ ଜମା ଜଳୁନି ଷ୍ଟ୍ରିଟ ଲାଇଟ। ଏଠି ଆମେ କହୁଛୁ ବାଣପୁର ସହରର ଗୁରୁତ୍ୱପୂର୍ଣ୍ଣ ତଥା ସରକାରୀ ଅଞ୍ଚଳ ତହସିଲ ରୋଡ଼ କଥା। ଉକ୍ତ ରାସ୍ତାରେ ବାଣପୁରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ଅବସ୍ଥିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ଅଚଳ ଅବସ୍ଥାରେ ଥିବାବେଳେ ଏହାର ନିକଟରେ ଥିବା ପଲଟନ ପଡିଆ ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଦିନ ତମାମ ଜଳିରହୁଛି।

ବାଣପୁର ସହରରେ ଦୀର୍ଘଦିନ ଧରି ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗିରହିଛି। ବାରମ୍ବାର ଅଭିଯୋଗ ହେଲା ପରେ ଏନ.ଏ.ସି ର କିଛି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ ମରାମତି ହେଲା ସତ କିନ୍ତୁ ତାହା ସ୍ୱଳ୍ପ ଦିନ ପାଈଁ ଜଳିଲା। ମୁଖ୍ୟତଃ ସହରର ଗୁରୁତ୍ୱପୂର୍ଣ ଅଞ୍ଚଳ ଯଥା ଗାଲୁଆ ଛକ ଠାରୁ କେନାଲ ରୋଡ଼ ଏବଂ ତହସିଲ ରୋଡ଼ରେ ଗୋଟିଏ ହେଲେ ଷ୍ଟ୍ରିଟ ଲାଇଟ ଜଳୁନି।  ଯାହାଫଳରେ ପ୍ରତିଦିନ ସନ୍ଧ୍ୟାବେଳେ ସହରବାସୀଙ୍କ ଗମନାଗମନରେ ବହୁତ ଅସୁବିଧା ସୃଷ୍ଟି ହେଉଛି। ଗାଲୁଆ ଛକରୁ କେନାଲ ରୋଡ଼ ମଧ୍ୟରେ ବିଦେଶୀ ମଦ ଦୋକାନ ପଡୁଥିବାରୁ ସେଠାରେ ଅନ୍ଧାର ହେବା ମାନେ କଙ୍କଡାକୁ ଗୋଳିପାଣି ସୁହାଇଲା ଭଳିଆ। ଫଳରେ ଉକ୍ତ ସ୍ଥାନଟି ସଦାବେଳେ ଅଶାନ୍ତ ରହୁଛି। କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ।

ତେଣୁ ଯଦି ଅଞ୍ଚଳର ସର୍ବେସର୍ବା ତଥା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଷ୍ଟ୍ରିଟ ଲାଇଟ ଜଳୁନି ତାହାହେଲେ ସମଗ୍ର ସହରର ଅବସ୍ଥା କଣ ରହୁଥିବ ଏଥିରୁ ଅନୁମାନ କରାଯାଇପାରୁଥିବ। ଭୋକ ବିକଳରେ ତାଟିଆ କାମୁଡ଼ିଲାପରି ଷ୍ଟ୍ରିଟ ଲାଇଟ ସବୁ ମରାମତି ହେଉଛି ଯାହା ଫଳରେ ଆଜି ଏହି ଅବସ୍ଥା। ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ପଲଟନ ପଡିଆରେ ଦିନଯାକ ଷ୍ଟ୍ରିଟ ଲାଇଟ ଜଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପଡିଆ ମଧ୍ୟରେ ଥିବା ବଡ଼ ହାଇମାଷ୍ଟ ଲାଇଟ ଅଚଳ ହୋଇଯାଇଥିବା ସ୍ଥଳେ ଷ୍ଟ୍ରିଟ ଲାଇଟ ଦିନରାତି ଜଳୁଛି।

ବର୍ତ୍ତମାନ କୋଭିଡ଼ ସମୟରେ ସରକାର ଚବିଶ ଘଣ୍ଟା ବିଦ୍ୟୁତ ସରବରାହକୁ ଗୁରୁତ୍ୱ ଦେଉଥିବାବେଳେ ବାଣପୁରର କୋଭିଡ କଣ୍ଟ୍ରୋଲ ରୁମ ଯଥା ବ୍ଲକ ଏବଂ ତହସିଲ ରୋଡ଼ ଅନ୍ଧକାର ହେବା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ଉକ୍ତ ରୋଡ଼ ଦେଇ ହଜାର ହଜାର  ଲୋକ ନିକଟସ୍ଥ ଭୀମପୁର ଏବଂ ଅନ୍ୟ ଗ୍ରାମକୁ ଯାତାୟାତ କରିଥାନ୍ତି। ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ସହରର ଆଲୋକୀକରଣରେ ଖର୍ଚ୍ଚ କରୁଥିବା ସ୍ଥଳେ ବାଣପୁର ସହରର ହୃତପିଣ୍ଡ ଯଦି ଅନ୍ଧକାରରେ ରହିବ ତାହାହେଲେ କହିବା କାହାକୁ?

ଗାଲୁଆ ଛକ ଠାରୁ କେନାଲ ରୋଡ଼ ଏବଂ ତହସିଲ ରୋଡ଼ ଏକ ଗୁରୁତ୍ୱପୂର୍ଣ ତଥା ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଯଥାଶୀଘ୍ର ଖରାପ ହୋଇଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକୁ ମରାମତି କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଅପରପକ୍ଷରେ ସହରର ପ୍ରତି ୱାର୍ଡରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ଗୁଡିକୁ ଯଥାଶୀଘ୍ର ମରାମତି କରିବା ସହ ଯେଉଁଠାରେ ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି ତାକୁ ମଧ୍ୟ ଚିହ୍ନଟ କରି ମରାମତି କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ମଜବୁତ କରୁଛି ଭାରତୀୟ ରେଳବାଇ

December 14, 2025

ୱାଙ୍ଖଡେରେ ଐତିହାସିକ ମୁହୂର୍ତ୍ତ: ଲିଓନେଲ ମେସିଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସଚିନ ତେନ୍ଦୁଲକର

December 14, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025

କାଙ୍କଣ ଶିଖରୀରେ ୮ମ ଶ୍ରୀଜଗନ୍ନାଥ ମହୋତ୍ସବ ଉଦ୍‌ଯାପିତ, ୨୦ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ

December 14, 2025
Latest News

ଧର୍ମଶାଳାରେ ପୁଣି ହିଂସା, ପୂର୍ବତନ ବିଧାୟକ ପ୍ରଣବ ଓ ବିଧାୟକ ହିମାଂଶୁଙ୍କ ସମର୍ଥକଙ୍କ ମଧ୍ୟରେ ପିଟାପିଟି

December 14, 2025

‘ଆତ୍ମନିର୍ଭର ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ମଜବୁତ କରୁଛି ଭାରତୀୟ ରେଳବାଇ

December 14, 2025

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଲେ ନବୀନ ପଟ୍ଟନାୟକ

December 14, 2025

ୱାଙ୍ଖଡେରେ ଐତିହାସିକ ମୁହୂର୍ତ୍ତ: ଲିଓନେଲ ମେସିଙ୍କୁ ସ୍ୱତନ୍ତ୍ର ଉପହାର ଦେଲେ ସଚିନ ତେନ୍ଦୁଲକର

December 14, 2025

ଆଇନ ମନ୍ତ୍ରୀଙ୍କୁ ଭେଟିଲେ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ

December 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.