Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଓଡିଶା ଟଙ୍କା ଖର୍ଚ୍ଚ କରିପାରି ନାହିଁ
ଆଜିର ଖବର

ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଓଡିଶା ଟଙ୍କା ଖର୍ଚ୍ଚ କରିପାରି ନାହିଁ

September 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ଓଡିଶା ଟଙ୍କା ଖର୍ଚ୍ଚ କରିପାରି ନାହିଁ

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।  ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି।

ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି।

ଓଡ଼ିଶା ସରକାରଙ୍କୁ ଏହି କେନ୍ଦ୍ର ସ୍ଥାପନ ପାଇଁ ଯୋଗାଇ ଦିଆଯାଇଥିବା ୧.୫୮ କୋଟି ଟଙ୍କା ମଧ୍ୟରୁ ମାତ୍ର ୯ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ସମଗ୍ର ଦେଶରେ ଯୋଗ ଓ ନେଚରପ୍ୟାଥିକୁ ପ୍ରୋତ୍ସାହିତ କରିବା ସହ ବିଦେଶରେ ଏହାକୁ ପହଞ୍ଚାଇବା ଲକ୍ଷ୍ୟରେ ଏସବୁ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଛନ୍ତି । ଅନ୍ୟ ୬ଟି ରାଜ୍ୟ ସରକାର ଏଥିପାଇଁ ଜମି ଏବଂ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ପର୍ଯ୍ୟାୟ କ୍ରମେ ସେସବୁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Latest News

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026

ଏଚ୍‌-୧ବି ଭିସା ଫି’: ନୂଆ ନିୟମ ଆଣିବା ଯୋଜନାରେ ଡିଏଚ୍‌ଏସ୍‌

August 25, 2026

ଗ୍ଲୋବାଲ୍ ସ୍ୱୀକୃତି ପାଇଲା ୟୁପିଆଇ: କାରବାର ସଂଖ୍ୟାରେ ୧୩ ହଜାର ଗୁଣ ବୃଦ୍ଧି

August 25, 2026

ଚାଷୀଙ୍କ ସ୍ୱପ୍ନ ପୂରଣ ସରକାରଙ୍କ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ

August 25, 2026

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.