ଜଗତସିଂହପୁର କରୋନା ଅପଡେଟ: ଚିହ୍ନଟ ହେଲେ ସର୍ବାଧିକ ୧୮୮ ସୁସ୍ଥ ହେଲେ ୯୭

Published: Sep 16, 2020, 9:52 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ମହାମାରୀ। ଯେମିତି କମିବାର ନାଁ ଧରୁନି ତଥାପି ସଚେତନ ହେଉନାହାନ୍ତି ଲୋକେ। ଜଗତସିଂହପୁର ଜିଲ୍ଲାରେ ଆଜି କରୋନା ପୂ୍ର୍ବର ସବୁ ରେକର୍ଡ଼ ଭାଙ୍ଗିଛି। ଜିଲ୍ଲାରୁ ଆଜି ସର୍ବାଧିକ ୧୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୧୬ଜଣ, ବିରିଡ଼ି ବ୍ଲକରୁ ୧୧ଜଣ ,ତିର୍ତ୍ତୋଲ ବ୍ଲକରୁ ୧୯ଜଣ, ଏରସମା ବ୍ଲକରୁ ୭ଜଣ, କୁଜଙ୍ଗ ବ୍ଲକରୁ ୩୦ଜଣ, ନାଉଗାଁ ବ୍ଲକରୁ ୫ଜଣ, ରଘୁନାଥପୁର ବ୍ଲକରୁ ୨୭ଜଣ, ଜଗତସିଂହପୁର ବ୍ଲକରୁ ୨୫ଜଣ, ଜଗତସିଂହପୁର ୟୁଏଲବି ରୁ ୧୩ଜଣ, ପାରାଦ୍ଵୀପ ୟୁଏଲବି ରୁ ୩୩ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜି ଜିଲ୍ଲାରୁ ୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୩୩୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୨୯ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୧୦୩୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts