ତିର୍ତ୍ତୋଲ ରାଜନୀତିର ବଦଳୁଛି ପାଣିପାଗ : କଂଗ୍ରେସ ଛାଡିଲେ ରାଜକିଶୋର, ବିଜେପିରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

Published: Sep 17, 2020, 1:57 pm IST

ରମେଶ ମହାନ୍ତି

ଜଗତସିଂହପୁର : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସୂଚନାନୁଯାୟୀ କଂଗ୍ରେସର ହାତ ଛାଡିବା ପରେ ଏବେ ବିଜେପିରେ ଯୋଗଦେଇ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଠିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି ।

Related posts