Categories
ଆଜିର ଖବର ଜାତୀୟ ଖବର

ଉପନିର୍ବାଚନ 2020 : ଜାଣନ୍ତୁ କିଏ ରହିଛି ଆଗରେ

ନୂଆଦିଲ୍ଲୀ : ବିହାର ବିଧାନସଭା ସହିତ ଦେଶର 11ଟି ରାଜ୍ୟର 58ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 58ଟି ଆସନରେ ବିଜେପି 44ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ 9ଟି ଆସନରେ ଆଗୁଆ ରହିଛି।

ମଧ୍ୟପ୍ରଦେଶରେ ବିଜେପି 28ଟି ଆସନରୁ 21ଟି ଆସନରେ ଆଗୁଆ ରହିଥିବାବେଳେ ମଣିପୁରରେ 4ଟି ଆସନରେ ବିଜୟୀ ହୋଇଛି ବିଜେପି। ସେହିପରି ଗୁଜୁରାଟରେ 8ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ତିନୋଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଅନ୍ୟ 5ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକର ଦୁଇଟି ଯାକ ଆସନରେ ବିଜେପି ବାଜିମାତ୍‌ ମାରିଛି।

ହରିୟାଣାରେରେ ବିଜେପି ପ୍ରାର୍ଥୀ ଯୋଗେଶ୍ବର ଦତ୍ତଙ୍କୁ ହରାଇଛନ୍ତି କଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ ନରଓ୍ବାଲ। ତେବେ ତେଲେଙ୍ଗାନାରେ ବିଜେପି ବାଜି ପାରିଥିବବେଳେ ନାଗାଲାଣ୍ଡରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଓଡ଼ିଶାର ଦୁଇଟି ଆସନରେ ବିଜେଡି ବାଜି ମାରିଛି।

ଝାରଖଣ୍ଡରେ ବିଜେପି ଓ କଂଗ୍ରେସ ଗୋଟିଏ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଉତ୍ତରପ୍ରଦେଶର7 ଟି ଆସନ ମଧ୍ୟରୁ ବିଜେପି 6ଟିରେ ଆଗୁଆ ଥିବାବେଳେ ଗୋଟିଏ ଆସନରେ ସପା ଆଗୁଆ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର : ବାଲେଶ୍ବର ସଦର ଓ ତିର୍ତ୍ତୋଲର ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜି ସାରିଛି । ରାଜ୍ୟର 2ଟି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର 3ରେ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହେବ । 10ରେ ଭୋଟ୍‌ ଗଣତି ହେବ । ତେବେ ଆଜିଠାରୁନାମାଙ୍କନ ପତ୍ର ଦାଖଲ ହେବ । 16 ତାରିଖ ନାମାଙ୍କନର  ଶେଷ ତାରିଖ ରହିଥିବାବେଳେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଭିତରେ ପ୍ରାର୍ଥୀପତ୍ର ଦାଖଲ ନିର୍ଦ୍ଦେଶ ରହିଛି । ସେହିପରି 17ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ 19ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । କୋଭିଡ୍‌ କଟକଣା ଭିତରେ ନିର୍ବାଚନ ଅନୁଷ୍ଠିତ ହେବ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କିୟ ଆପତ୍ତି ଅଭିଯୋଗ ନିମନ୍ତେ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ପ୍ରଶାସନିକ ପ୍ରସ୍ତୁତ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ୍ ଭୋଟର ସଂଖ୍ୟା ୨,୩୯,୧୫୩ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଭୋଟର ଓ ୧,୧୪,୯୫୬ ଜଣ ମହିଳା ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ଉଭୟ ଲିଙ୍ଗୀ ୨୯ଜଣ ଭୋଟର ରହିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ପୂର୍ବରୁ ୨୬୫ ପୋଲିଂ ବୁଥ୍ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ମୋଟ୍ ୩୭୩ଟି ବୁଥରେ ଭୋଟ୍ ଗ୍ରହଣ ହେବ। କୋଭିଡ୍ ୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନିର୍ବାଚନ କମିଶନ ୧୦୮ଟି ଅଧିକ ବୁଥ୍ ବୃଦ୍ଧି କରିଛନ୍ତି। ଏଥିସହିତ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏସ୍.ଭି.ଏମ୍ କଲେଜ ପରିଦର୍ଶନ କରି ଷ୍ଟ୍ରଙ୍ଗ୍ ରୁମ୍ ଅନୁଧ୍ୟାନ କରିଥିଲେ। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହିତ ଉପନିର୍ବାଚନ ପ୍ରସ୍ତୁତ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ତିର୍ତ୍ତୋଲ ଉପନିର୍ବାଚନ ସମ୍ପର୍କୀୟ ଯେ କୌଣସି ଆପତ୍ତି ଅଭିଯୋଗ ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ପରିଚାଳନା ନିୟନ୍ତ୍ରଣ କକ୍ଷ ଜିଲ୍ଲା କାର୍ଯ୍ୟାଳୟରେ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷର ନିଶୁକ୍ଳ ଟୋଲ୍ ଫ୍ରି ନମ୍ବର – ୧୮୦୦୩୪୫୭୨୭୯ ରେ ଜନସାଧାରଣ ନିର୍ବାଚନ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳ ମାନଙ୍କର ନିର୍ବାଚନୀ ସଭା ଆୟୋଜନ ନିମନ୍ତେ ପଡିଆ ଚିହ୍ନଟ ପାଇଁ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ରାଜନୀତିର ବଦଳୁଛି ପାଣିପାଗ : କଂଗ୍ରେସ ଛାଡିଲେ ରାଜକିଶୋର, ବିଜେପିରେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ରମେଶ ମହାନ୍ତି

ଜଗତସିଂହପୁର : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ସୂଚନାନୁଯାୟୀ କଂଗ୍ରେସର ହାତ ଛାଡିବା ପରେ ଏବେ ବିଜେପିରେ ଯୋଗଦେଇ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଠିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଉଷ୍ମତା ସୃଷ୍ଟି କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ହାତ ଛାଡିଲେ ରାଜକିଶୋର

ତିର୍ତ୍ତୋଲ : ଆଗକୁ ତିର୍ତ୍ତୋଲ ଉପନିର୍ବାଚନ ଥିବାବେଳେ କଂଗ୍ରେସ ଦଳକୁ ବଡ୍‌ ଝଟକା ଲାଗିଛି । ହାତ ଛାଡିଛନ୍ତି ରାଜକିଶୋର ବେହେରା।କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରାଜକିଶୋର । 2009 ଓ 2014 ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିଲେ ରାଜକିଶୋର ବେହେରା ।

ତିର୍ତ୍ତୋଲ ଉପନିର୍ବାଚନ ନେଇ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଡିକ୍‌ ଏହି ସମୟରେ ରାଜକିଶୋରଙ୍କ ଇସ୍ତଫା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।

Categories
ଆଜିର ଖବର

ଆଜି ନିର୍ଦ୍ଧାରଣ ହେବ ୟେଦ୍ୟୁରପ୍ପା ସରକାରଙ୍କ ଭାଗ୍ୟ : 15ଟି ଆସନ ପାଇଁ ଭୋଟଗଣତି ଆରମ୍ଭ

ବେଙ୍ଗାଳୁରୁ,09/12: କର୍ଣ୍ଣାଟକ ବିଧାନସଭାର 15ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ଘୋଷିତ ହେବ । ସକାଳ 8ଟା ସମୟରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ନିର୍ବାଚନୀ ଫଳାଫଳ ଉପରେ ୟୁଦ୍ୟୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରୁଛି । ସରକାରରେ ରହିବାକୁ ହେଲେ ବିଜେପିକୁ ଅନ୍ୟୁନ 6ଟି ଆସନରେ ବିଜୟୀ ହେବାକୁ ପଡିବ । 17ଟି ଖାଲି ଆସନରୁ ଡିସେମ୍ବର 5 ତାରିଖ ଦିନ 15ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି 15ଟି ବସନ ମଧ୍ୟରୁ 12ଟିରେ ଜେଡିଏସ୍‌ ବିଜୟୀ ହୋଇଥିବା ବେଳେ 3ଟିରେ କଂଗ୍ରେସ ବିଜୟୀ ହୋଇଥିଲା । 11ଟି ଭୋଟଗଣତି କେନ୍ଦ୍ରରେ ଭୋଟ ଗଣନା କରାଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ୍‌ ଏବଂ ପରେ ସାଧାରଣ ବାଲାଟ୍‌ର ଗଣନା କରାଯିବ ବୋଲଇ ମୁଖ୍ୟ ନିର୍ବାଚନ କମିଶନ ଜି ଜାଡିୟାପ୍ପା ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

କର୍ଣ୍ଣାଟକ ଉପ ନିର୍ବାଚନ : 15ଟି ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ,5/12: କର୍ଣ୍ଣାଟକ ଉପ ନିର୍ବାଚନ ପାଇଁ 15ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଅଯୋଗ୍ୟ ଘୋଷିତ ବିଧାୟକଙ୍କ ସ୍ଥାନରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ସକାଳ 7ଟାରୁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6.00ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଆଠାନି, ଗୋକାକ,କେଆରପୁରା, ୟଶଓ୍ବନ୍ତପୁରା, ୟେଲାପୁରା, ହିରେକୁରୁର, ରାନିବେନ୍ନୁର, ବିଜୟନଗର, ହୋସାକୋଟେ, କେଆର ପିଟ ଏବଂ ହଂସୁର ଆସନରେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଊଛି । ସମୁଦାୟ 165 ପ୍ରାର୍ଥୀ 15ଟି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତନ୍ମଧ୍ୟରୁ 126 ଜଣ ସ୍ବାଧୀନ ଏବଂ 9 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

Categories
ଆଜିର ଖବର

ତେଲେଙ୍ଗାନା ଉପ ନିର୍ବାଚନରେ ଟିଆର୍‌ଏସ୍‌ ବିଜୟୀ

ତେଲେଙ୍ଗାନାରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ତିନୋଟି ଉପ ନିର୍ବାଚନରେ ବିଜୟୀ ହୋଇଛି। ସୋମବାର ତିନି ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ତିନି ଆସନରେ ଟିଆରଏସ୍‌ ବିଜୟୀ ହୋଇଛି। ନାଲଗୋଣ୍ଡା, ଓ୍ବାରାଙ୍ଗଲ ଏବଂ ରଙ୍ଗା ରେଡ୍ଡୀରେ ଟିଆରଏସ୍‌ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନାଲଗୋଣ୍ଡାରୁ ଟେରା ଚିନ୍ନାପା ରେଡ୍ଡୀ, ଓ୍ବାରାଙ୍ଗଲରୁ ପୋଚମ ପଲ୍ଳୀ ଶ୍ରୀନିବାସ ରେଡ୍ଡୀ ଏବଂ ରଙ୍ଗାରେଡ୍ହୀରୁ ପି ମହେନ୍ଦ୍ର ରେଡ୍ହୀ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନର ଫଳାଫଳ ପରେ ଏହା ଟିଆରଏସ୍‌ ପାଇଁ ଖୁସି ଖବର। ଲୋକ ସଭାରେ ଟିଆରଏସ୍‌ ୧୩-୧୪ ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଦଳ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁଭେଚ୍ଛା ଜଣାଇଛନ୍ତି।