ଉପନିର୍ବାଚନ 2020 : ଜାଣନ୍ତୁ କିଏ ରହିଛି ଆଗରେ

Published: Nov 10, 2020, 5:39 pm IST

ନୂଆଦିଲ୍ଲୀ : ବିହାର ବିଧାନସଭା ସହିତ ଦେଶର 11ଟି ରାଜ୍ୟର 58ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ 58ଟି ଆସନରେ ବିଜେପି 44ଟି ଆସନରେ ଅଗ୍ରଣୀ ଥିବାବେଳେ କଂଗ୍ରେସ 9ଟି ଆସନରେ ଆଗୁଆ ରହିଛି।

ମଧ୍ୟପ୍ରଦେଶରେ ବିଜେପି 28ଟି ଆସନରୁ 21ଟି ଆସନରେ ଆଗୁଆ ରହିଥିବାବେଳେ ମଣିପୁରରେ 4ଟି ଆସନରେ ବିଜୟୀ ହୋଇଛି ବିଜେପି। ସେହିପରି ଗୁଜୁରାଟରେ 8ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ତିନୋଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ଅନ୍ୟ 5ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକର ଦୁଇଟି ଯାକ ଆସନରେ ବିଜେପି ବାଜିମାତ୍‌ ମାରିଛି।

ହରିୟାଣାରେରେ ବିଜେପି ପ୍ରାର୍ଥୀ ଯୋଗେଶ୍ବର ଦତ୍ତଙ୍କୁ ହରାଇଛନ୍ତି କଗ୍ରେସ ପ୍ରାର୍ଥୀ ଇନ୍ଦୁ ରାଜ ନରଓ୍ବାଲ। ତେବେ ତେଲେଙ୍ଗାନାରେ ବିଜେପି ବାଜି ପାରିଥିବବେଳେ ନାଗାଲାଣ୍ଡରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଓଡ଼ିଶାର ଦୁଇଟି ଆସନରେ ବିଜେଡି ବାଜି ମାରିଛି।

ଝାରଖଣ୍ଡରେ ବିଜେପି ଓ କଂଗ୍ରେସ ଗୋଟିଏ ଗୋଟିଏ ଆସନରେ ଆଗୁଆ ରହିଛନ୍ତି। ଉତ୍ତରପ୍ରଦେଶର7 ଟି ଆସନ ମଧ୍ୟରୁ ବିଜେପି 6ଟିରେ ଆଗୁଆ ଥିବାବେଳେ ଗୋଟିଏ ଆସନରେ ସପା ଆଗୁଆ ରହିଛି।

Related posts