ଭୁବନେଶ୍ବର : ହୋମ ଆଇସୋଲେସନ୍ ସଚେତନ କରିବା ପାଇଁ ସରକାର ସତର୍କତା ଜାରି କରିଛନ୍ତି । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସ୍ବତନ୍ତ୍ର ସଚିବ ଡା. ଅଜିତ୍ ମହାନ୍ତି ଏନେଇ ସୂଚନା କହିଛନ୍ତି । ହୋମ ଆଇସୋଲେସନ୍ରେ ରହି କିପରି ଚିକିତ୍ସିତ ହେବ ଜଣାଇଛନ୍ତି । ନିଜ ଅଭିଜ୍ଞତାରୁ କ’ଣ କଣ କରିବେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ ।
ସଂକ୍ରମିତ ବ୍ୟକ୍ତି ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ୍ ବୋଲି ଜଣାଇଛନ୍ତି ଡ. ମହାନ୍ତି । ସେହିପରି ଘରେ ଯଦି ଗର୍ଭବତୀ, ବୟସ୍କ ଓ ଛୋଟ ପିଲା ରହିଛନ୍ତି ତେବେ ସେମାନଙ୍କଠୁ ଦୂରରେ ରୁହନ୍ତୁ ଅଥବା ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ସେହିପରି ସଂକ୍ରମିତ ବ୍ୟକ୍ତି ଦିନକୁ 2/3 ଥର ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍ କରିବାକୁ ସୂଚନା ଦେଇଛନ୍ତି ଡା. ଅଜିତ୍ । ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା ଜରୁରୀ ବୋଲି କହିଛନ୍ତି ଡା. ମହାନ୍ତି । ଏହି ଔଷଧର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କହିଛନ୍ତି ଡା. ମହାନ୍ତି । ସେହିପରି ଯଦି ଗର୍ଭବତୀ ସଂକ୍ରମିତ ହୋଇଛନ୍ତି ,ତେବେ ସେ ଆଇସୋଲେସନ୍ରେ ନ ରହି ହସ୍ପିଟାଲ ଯିବା ଆବଶ୍ୟକ । ଯଦି ଜ୍ବରରେ ପାରାସିଟାମଲ୍ ଖାଇବା ଦ୍ବାରା ଦେହରେ ତାପମାତ୍ରା ନ କମୁଛି ତେବେ ତାହା କରୋନା ଲକ୍ଷଣ। ସେହିପରି ଅଣନିଃଶ୍ବାସୀ ଲାଗିବା, ସ୍ବାଦ ବାରି ନ ପାରିବା ଓ ଦେହ ହାତ ଘୋଳା ବିନ୍ଧା ହେବ କରୋନାର ଲକ୍ଷଣ । ଲକ୍ଷଣ ଆରମ୍ଭ ହେବାର 10 ଦିନ ପର୍ଯ୍ୟନ୍ତ ଅବଜରଭେସନ୍ରେ ରହିବା ଅତ୍ୟନ୍ତ ଜରୁରୀ ।
ଯଦି ବିନା ପାରାସିଟାମଲ୍ରେ ତିନି ଦିନ ଜ୍ବର ନ ହେଲା, ତା’ହେଲେ କ୍ବାରେଣ୍ଟାଇନ୍ ଶେଷ ହେବ । ସେହିପରି ଅବସ୍ଥା ଦେଖି ଛୋଟ ପିଲାମାନେ ମଧ୍ୟ ହୋମ୍ ଆଇସୋଲେସନ୍ରେ ରହିପାରିବେ । ଯେଉଁମାନଙ୍କର ଦୂରାରୋଗ୍ୟ ନାହିଁ ସେମାନେ ହୋମ୍ ଆଇସୋଲେସନ୍ରେ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।