ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସିଲ୍‌ଭର ଗାନ୍ଧୀଙ୍କ ପଦଯାତ୍ରା, ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published: Sep 21, 2020, 7:58 pm IST

ଭୁବନେଶ୍ୱର, ୨୧.୯ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ ଅବସରରେ ଓଡିଶାର ସିଲ୍‌ଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି। ଆଜି ଏହି ପଦଯାତ୍ରାରେ ସିଲ୍‌ଭର ଗାନ୍ଧୀଙ୍କ ସହିତ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହିତ ଅହରହ ସଂଗ୍ରାମ କରି ଆସୁଛନ୍ତି ସିଲ୍‌ଭର ଗାନ୍ଧୀ।

ପୂର୍ବରୁ ସେ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୨୦୦୦ କି.ମି. ପଦଯାତ୍ରା କରି ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ବିଶ୍ୱରେ ଦେଖାଦେଇଥିବା ମହାମାରୀ ‘କୋଭିଡ୍‌-୧୯’ ଭଳି ଭୂତାଣୁ ଜନିତ ରୋଗକୁ ଖାତିର ନ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରର ଗଳିକନ୍ଦି ତଥା ବସ୍ତିବାସିନ୍ଦାଙ୍କୁ ମାକ୍ସ ଏବଂ ସାନିଟାଇଜର କିଣି ବଣ୍ଟନ କରିଥିଲେ।

ଏତଦ୍‌ବ୍ୟତୀତ ସହର-ବଜାରରେ ଫଳ ଦୋକାନ, ପରିବା ଦୋକାନ, ଗ୍ରୋସରୀ ଦୋକାନ ମାନଙ୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀବେଶ ଧାରଣ କରି ଘଣ୍ଟ ବଜାଇ, ସାମାଜିକ ଦୂରତା ରକ୍ଷା କରିବା ଏବଂ ମାକ୍ସ ବ୍ୟବହାର କରିବାକୁ ଅନୁରୋଧ କରିଥାନ୍ତି ସିଲ୍‌ଭର ଗାନ୍ଧୀ।

Related posts