
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ଚଣ୍ଡେଶ୍ଵର ଅଭିମୁଖେ ଆସୁଥିବା ଏକ ଓମଫେଡ ଟ୍ରକଟି ଟାଙ୍ଗୀ ବାଇପାସ ଜାତୀୟ ରାଜପଥରୁ କୋଡିଏ ମିଟର ଦୂର ପାରିଓରାଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ଡାହାଣ ପଟେ ଥିବା ଡିଭାଇଡ଼ର ଉପରେ ଚଢିଯାଇ ବିପରୀତ ଦିଗ ରୋଡ଼କୁ ଚାଲିଯାଇଥିଲା।
ଠିକ ଏହି ସମୟରେ ଓଡ଼ି-୦୨ ଆର ୯୯୩୩ ନମ୍ବର ବିଶିଷ୍ଟ ଏକ କାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ଉକ୍ତ ଓମଫେଡ ଟ୍ରକଟି କାରକୁ ଆଗପଟୁ ଧକ୍କା ଦେଇ ବାଇପାସ ତଳକୁ ଖସି ପଡିଥିଲା। କାର ଚାଳକ ଜୀବନ ବଞ୍ଚାଇବା ପାଇଁ ବ୍ରେକ ମାରିଲା ବେଳେ ତାଙ୍କ କାରର ଚକା ଫାଟି ଯାଇଥିଲା। ହେଲେ କାରର ଆଗ ପଟଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ ଉଭୟ ଗାଡି ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ସେମାନେ ନିକଟସ୍ଥ ମେଡିକାଲରେ ଚିକିତ୍ସାତ ହେଉଛନ୍ତି।