ଭୁବନେଶ୍ବର ମହାନଗରରେ ଆଜି ଚିହ୍ନଟ ହେଲେ ୩୪୯: ସୁସ୍ଥ ହେଲେ ୩୭୩

Published: Sep 24, 2020, 5:33 pm IST

ଭୁବନେଶ୍ଵର: ଆଜି ଭୁବନେଶ୍ଵର ମହାନଗରରେ ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩୪୯ ମଧ୍ୟରୁ  କ୍ଵାରେଣ୍ଟିନରୁ ୧୨୦ ଜଣ ଥିବା ବେଳେ ଲୋକାଲ ସଂକ୍ରମଣ ୨୨୯ ରହିଛି। ନଯାପଲ୍ଲୀରୁ ୨୦, ରସୁଲଗଡରୁ ୧୨, ୟୁନିଟ-୮ରୁ ୧୨, ସହିଦନଗରରୁ ୧୧, ପଞ୍ଚସଖା ନଗରରୁ ୧୧, ପଟିଆରୁ ୯, ମଞ୍ଚେଶ୍ବରରୁ ୭, ଶୈଳଶ୍ରୀ ବିହାରରୁ ୭, ୟୁନିଟ-୮ ରୁ ୭, ଚନ୍ଦ୍ରଶେଖରପୁରରୁ ୬, ପାତ୍ରପଡାରୁ ୬, ଓ ୟୁନିଟ-୯ରୁ ୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ମହାନଗରରୁ ୩୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ବରରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୯୩ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୯। ତେବେ ୩୬୮୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts