ଆଜି 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 783କୁ ବୃଦ୍ଧି

Published: Sep 26, 2020, 11:25 am IST

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବରରୁ ସର୍ବାଧିକ 4 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟ ଓ ପୁରୀରୁ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 783କୁ ବୃଦ୍ଧି

ଭୁବନେଶ୍ବରରୁ ଆଜି ସର୍ବାଧିକ ଚାରି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । 59 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃ୍ତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ପୁରଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 51, 37, 50 ବର୍ଷ ।

ସେହିପରି ପୁରୀର ତିନି ମୃତକଙ୍କ ମଧ୍ୟରେ ଜଣେ 80 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟା ମହିଳା ଓ ଅନ୍ୟ ଜଣେ 42 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । କୋରାପୁଟର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 64, 48, ଓ 50 ବର୍ଷ । ବାଲେଶ୍ବରରୁ 45 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରରୁ 58 ବର୍ଷୀୟ ବ୍ୟକ୍ତି, କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ଜଗତସିଂହପୁରରୁ 64 ବର୍ଷୀୟ ପୁରୁଷ, ଯାଜପୁରରୁ 52 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ମୟୂରଭଞ୍ଜରୁ 53 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Related posts