ଆଜି ରାଜଧାନୀ ଭୁବନେଶ୍ବରରୁ 319 ଆକ୍ରାନ୍ତ ଚିହ୍ନଟ, 353 ସୁସ୍ଥ

Published: Sep 26, 2020, 5:31 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 319 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 319 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 257ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ସେହିପରି ଆଜି 353ଜଣ ସୁସ୍ଥ ହୋଇଥିବାବେଳେ  ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବର ମହାନଗରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 20 ହଜାର538ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 16 ହଜାର 864 ରହିଛି । ସେହିପରି ମୃତ୍ୟୁ ସଂଖ୍ୟା 84ରେ ପହଞ୍ଚିଛି । ମହାନଗରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 574 ରହିଛି ।

ନୟାପଲ୍ଲୀରୁ 16, ପଟିଆ ଶିଶୁ ବିହାରରୁ 13, ଚନ୍ଦ୍ରଶେଖରପୁରରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଆଇଆରସି ଭିଲେଜ୍‌ ଓ ରସୁଲଗଡରୁ 7 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବମିଖାଲ, ଝାରପଡା ଓ ଚିନ୍ତାମଣିଶ୍ବରରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌-6, ସାମନ୍ତରାପୁର ଓ ପୋଖରୀପୁଟରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ବଡଗଡ ଓ ବରମୁଣ୍ଡାରୁ 5 ଜଣ ଲେଖାଏଁ ରହିଛନ୍ତି । ଜୟଦେବ ବିହାରରୁ 4 ଜଣଚିହ୍ନଟ ହୋଇଛନ୍ତି ।

 

Related posts