ଡ୍ରଗ୍ସ ଚାଟ୍‌କୁ ସ୍ବୀକାର କଲେ  ଦୀପିକା

Published: Sep 26, 2020, 5:47 pm IST

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌  ସାଢେ 5 ଘଣ୍ଟା ଏନସିବି ପଚରାଉଚୁରା କରିଥିବା ଜଣାପଡିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ମୁହାଁମୁହିଁ ଜେରା କରିଛି । ଆଉ ଡ୍ରଗ୍ସ ଚାଟ ସଂପର୍କରେ ଏନସିବି ଆଗରେ ଦୀପିକା ବି ମାନିଛନ୍ତି । ହ୍ୱାଟସଆପ୍ ଗ୍ରୁପର ଆଡମିନ୍ ଥିବା ନେଇ ମଧ୍ୟ ଦୀପିକା ମାନିଛନ୍ତି । ତେବେ ଏନସିବିକୁ ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିବା ସୂଚନା ମିଳିଛି । ଦୀପିକାଙ୍କୁ ତାଙ୍କ ମ୍ୟାନେଜର୍‌ କରିସ୍ମା ପ୍ରକାଶଙ୍କ ସହ ମୁହାମୁହିଁ ଜେରା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ ପରେ ଆସୁଛି ଟ୍ୱିଷ୍ଟ । ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏବେ ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଜେରା କରୁଛି  । ଅପରପକ୍ଷରେ, ସୁଶାନ୍ତଙ୍କ ପାର୍ଟିକୁ ଯାଇଥିଲେ ସତ କିନ୍ତୁ ଡ୍ରଗ୍ସ ଖାଇନଥିଲେ ବୋଲି ସଫେଇ ଦେଇଛନ୍ତି ଶ୍ରଦ୍ଧା କପୁର୍‌ ।

Related posts