ଗତ 24 ଘଣ୍ଟାରେ ଦେଶରେ 88 ହଜାର 600 ଆକ୍ରାନ୍ତ ଚିହ୍ନଟ, 1124 ମୃତ

Published: Sep 27, 2020, 11:03 am IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଦିନକରେ ଦେଶରେ ଆଉ 88 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 60 ଲକ୍ଷର ନିକଟତର ହୋଇଯାଇଛି । ଗତ 24 ଘଂଟାରେ ସାରା ଦେଶରେ 88 ହଜାର 6 ଶହ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1 ହଜାର 124ଜଣଙ୍କର ମୃତ୍ୟୁ ହୋଇଛି । । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା 59 ଲକ୍ଷ 92 ହଜାର 533କୁ ବୃଦ୍ଧି ହୋଇଯାଇଛି । ସେହିପରି ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 94 ହଜାର 503କୁ ବୃଦ୍ଧିହୋଇଛି । ବର୍ତମାନ ଦେଶରେ ଆକ୍ଟିଭ୍ ମାମଲା ସଂଖ୍ୟା 9 ଲକ୍ଷ 56 ହଜାର 402 ରହିଛି । ସେହିପରି ସୁସ୍ଥ ସଂଖ୍ୟା 49 ଲକ୍ଷ 41 ହଜାର 628କୁ ବୃଦ୍ଧି ହୋଇଛି।

ମହାରାଷ୍ଟ୍ରରୁ ସର୍ବାଧିକ 20 ହଜାର 419 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରୁ 8811, ଆନ୍ଧ୍ରପ୍ରଦେଶରୁ 7293, ତାମିଲନାଡୁରୁ 5647 ଓ ଉତ୍ତରପ୍ରଦେଶରୁ 4302 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ସଂକ୍ରମିତ ରାଜ୍ୟ ତାଲିକାର ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି ।

Related posts