ଆଜି 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି

Published: Sep 27, 2020, 11:54 am IST

ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକରୁ ସର୍ବାଧିକ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ   ଯାଜପୁର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁର, ଗଜପତି  ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି

ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟର ଜଣେ 67 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଜଣଷ 42 ବର୍ଷୀୟ ଓ ଅନ୍ୟ ଜଣେ 58 ବର୍ଷୀୟ ରହିଛନ୍ତି । ସେହିପରି କଟକରୁ ଆଜି 45 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 56 ଓ 42 ବର୍ଷ । ଯାଜପୁରରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 55 ବର୍ଷୀୟା ମହିଳା । ସେହିପରି କେନ୍ଦ୍ରାପଡାରୁ ଜଣେ 35 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ବଲାଙ୍ଗିରରୁ 60 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳରୁ 45 ବର୍ଷୀୟ ବ୍ୟକ୍ତି, ସୁବର୍ଣ୍ଣପୁରରୁ 31 ବର୍ଷୀୟା ମହିଳା, ଗଜପତିରୁ 63 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

Related posts