ଆଲୋଚନା ପରେ ମନ୍ଦିର ଖୋଲାଯିବ : ପ୍ରତାପ ଜେନା

Published: Sep 27, 2020, 1:52 pm IST

ଭୁବନେଶ୍ୱର: ମନ୍ଦିର ଖୋଲିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି, ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍‌ ଅନୁସରଣ କରି ନିଷ୍ପତ୍ତି ନେବାକୁ ପଡିବ । ତେବେ ବର୍ତ୍ତମାନ ସ୍ଥିତି ଉପରେ ନିର୍ଭର କରୁଛି କହିଛନ୍ତି ଆଇନ ମନ୍ତ୍ରୀ । ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଅକ୍ଟୋବରରୁ ରାଜ୍ୟରେ ପର୍ଯ୍ୟଟନସ୍ଥଲୀ ଖୋଲିବ ବୋଲି ସୂଚନା ଦେଇଛନ୍ତି । ତେବେ କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର୍ଯ୍ୟଟନସ୍ଥଳୀ ।

Related posts