ଆଜି ରାଜଧାନୀ ଭୁବନେଶ୍ବରରୁ 317 ଆକ୍ରାନ୍ତ ଚିହ୍ନଟ, 312 ସୁସ୍ଥ

Published: Sep 27, 2020, 4:05 pm IST

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 317 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 317 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 255ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଶହୀଦ ନଗରରୁ 11 ଜଣ ଚିହ୍ନଟ ହୋଇଥିବାବେଳେ ୟୁନିଟ୍‌ -9ରୁ 17 ଜଣ, ଶୈଳଶ୍ରୀ ବିହାରରୁ 12 ଜଣ, ୟୁନିଟ୍‌ -8ରୁ 12 ଜଣ, ୟୁନିଟ୍‌-2ରୁ 8ଜଣ, ଚନ୍ଦ୍ରଶେଖରପୁରରୁ 10 ଜଣ, ନୟାପଲ୍ଲୀରୁ 9ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 312 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 20 ହଜାର 855ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 176ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 86ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 576ଜଣ ।

 

Related posts