ରାଜ୍ୟରେ ଆହୁରି ତିନିଦିନ ପାଇଁ ଲାଗି ରହିବ ବର୍ଷା, ଘୂର୍ଣ୍ଣିବଳୟଟି ଲଘୁଚାପରେ ହେଉଛି ପରିବର୍ତ୍ତନ

Published: Oct 1, 2020, 9:00 am IST

ଭୁବନେଶ୍ବର, ଗତକାଲିଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ମୁଖ୍ୟତଃ ପଶ୍ଚିମ ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ଏହିପରି ବର୍ଷା ଅନୁଭୂତ ହୋଇଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିପରି ବର୍ଷା ଆହୁରି ତିନିଦିନ ପର୍ଯ୍ୟନ୍ତ ଲାଗିରହିବ। ତେବେ ଚାରୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ସେହି ଜିଲ୍ଲା ହେଲା ଗଂଜାମ, କନ୍ଧମାଳ, ଗଜପତି ଏବଂ ପୁରୀ ଜିଲ୍ଲା।

ତେବେ ପାଣିପାଗ ବିଭାଗ ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଧିରେଧିରେ ଲଘୁଚାପ ଭାବେ ପରିବର୍ତ୍ତନ ହେବାରେ ଲାଗିଛି। ଯଦି ଏହି ସଂପୂର୍ଣ୍ଣ ଭାବେ ଲଘୁଚାପ ଭାବେ ପରିବର୍ତ୍ତନ ହୁଏ ତେବେ ଏହି ବର୍ଷାର ପରିମାଣ ବୃଦ୍ଧି ପାଇବ।

Related posts