Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଥରସ୍‌ ପରେ ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ : : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ
ଆଜିର ଖବର

ହାଥରସ୍‌ ପରେ ବଳରାମପୁରରେ ଆଉ ଏକ ଗଣଦୁଷ୍କର୍ମ : : ଦୁଷ୍କର୍ମ ପରେ ପୀଡ଼ିତାଙ୍କ ଅଣ୍ଟା ଓ ଗୋଡ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ

October 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବଳରାମପୁର : ୟୁପିର ବଳରାମପୁରଠାରେ ହାଥରସ୍‌ ପରି ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ଏଠାରେ ଜଣେ 22 ବର୍ଷୀୟା ଯୁବତୀଙ୍କୁ ଆଡମିସନ୍‌ କରିବା ପାଇଁ କଲେଜ ଯାଇଥିବା ସମୟରେ କିଛି ଯୁବତ ତାକୁ ଅପହରଣ କରିନେଇଥିଲେ । ଅପହରଣ କରିନେବା ପରେ ଗଣଦୁଷ୍କର୍ମ କରି ପୀଡ଼ିତାଙ୍କର ଅଣ୍ଟା ଏବଂ ଗୋଡ ଭାଙ୍ଗି ଦେଇଥିଲେ । ଯୁବତୀ ଜଣକ ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପୀଡିତାଙ୍କ ମା’ଙ୍କ କହିବାନୁଯାୟୀ ତାଙ୍କ ଝିଅ ମଙ୍ଗଳବାର ଦିନ ପ୍ରାୟ 10ଟା ବେଳେ କଲେଜରେ ଆଡମିସନ ପାଇଁ ଯାଇଥିଲେ । ସେହି ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରିନେଇଥିଲେ । ପରେ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ବନ୍ଦ ଥିଲା । ପ୍ରାୟ 7ଟା ବେଳେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ପରିବାରଲୋକ ତାଙ୍କୁ ଏଭଳି ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ମାତ୍ର ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ କହିବା ଅନୁସାରେ ଜିଲ୍ଲାର ତୁଳସୀପୁର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅପରପକ୍ଷରେ ହାଥରସ୍‌ ଗଣଦୁ୍ଷ୍କର୍ମ କାଣ୍ଡ ପାଇଁ ଏସ୍‌ଆଇଟି ଯାଞ୍ଚ ଆରମ୍ ହୋଇଛି। ଗୃହ ସଚିବ ଭଗବାନ ସ୍ବରୂପଙ୍କ ଅଧ୍ୟକ୍ଷତାରେ ଏସ୍‌ଆଇଟି ଟିମ୍‌ ଆଜି ପୀଡ଼ିତାଙ୍କ ଗ୍ରାମରେ ପହଞ୍ଚିଛନ୍ତି । ସେଠାରେ ସେ ପୀଡିତାଙ୍କ ପରିବାରଙ୍କସହ ସାକ୍ଷାତ କରିବେ । ସାତ ଦିନ ମଧ୍ୟରେ ଏହି ଘଟଣାର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ରହିଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାରର ବିନା ଅନୁସମତିରେ ପ୍ରଶାସନ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଯୋଗୀ ସରକାର ଏହି ଘଟଣା ପାଇଁ ଏସ୍‌ଆଇଟି ଗଠନପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୀଡିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି(ଏଜେନ୍ସି)

gangrape
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026
Latest News

ପ୍ରତ୍ୟେକ ସୀମାଞ୍ଚଳ ଗ୍ରାମକୁ ‘ଭାରତର ପ୍ରଥମ ଗ୍ରାମ’ ଭାବେ ପରିଭାଷିତ କରିବାର ନିଷ୍ପତ୍ତି

February 21, 2026

ନିଲ୍ କାତ୍ୟାଲ୍ କିଏ, ଯାହାଙ୍କ ଯୁକ୍ତି ଆମେରିକାର ସୁପ୍ରିମକୋର୍ଟରେ ଶୁଳ୍କ ପ୍ରସଙ୍ଗରେ ଟ୍ରମ୍ପଙ୍କୁଦେଲା ଝଟକା?

February 21, 2026

ଏଆଇ ଇମ୍ପାକ୍ସ ସମ୍ମିଳନୀ ଅବସରରେ ଭାରତ ସଂକ୍ରାନ୍ତରେ ବିଶ୍ୱର ବୈଷୟିକ ନେତୃତ୍ୱଙ୍କ ମତ

February 21, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଖୋର୍ଦ୍ଧା ରୋଡ୍ ଡିଭିଜନର ନୟାଗଡ – ଜଖପୁରା ସେକ୍ସନର ନୀରିକ୍ଷଣ

February 21, 2026

ପୂର୍ବତଟ ରେଳପଥର ସାର ଓ ଖାଦ୍ୟଶସ୍ୟ ଲୋଡିଂ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.