ରାଜ୍ୟରୁ ଆଜି 3600ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

Published: Oct 2, 2020, 11:22 am IST

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2109ଜଣ ଚିହ୍ନଟ ହୋଇଥିବାବେଳେ 1491ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 26ହଜାର334କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 90 ହଜାର 80 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35ହଜାର326ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 859ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 766ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 100, ବାଲେଶ୍ବରରୁ 107, ବରଗଡରୁ 106, ଭଦ୍ରକରୁ 82, ବଲାଙ୍ଗିରରୁ 99, ବୌଦ୍ଧରୁ 47, କଟକରୁ 358, ଦେବଗଡରୁ 11, ଢେଙ୍କାନାଳରୁ 47,  ଗଜପତିରୁ 19, ଗଞ୍ଜାମରୁ 31, ଜଗତସିଂହପୁରରୁ 73, ଯାଜପୁରରୁ 139, ଝାରସୁଗୁଡାରୁ 41, କଳାହାଣ୍ଡିରୁ 51, କନ୍ଧମାଳରୁ 97, କେନ୍ଦ୍ରାପଡାରୁ 129, କେଉଁଝରରୁ 106, କୋରାପୁଟରୁ 66, ମାଲକାନଗିରିରୁ 46, ମୟୂରଭଞ୍ଜରୁ 156, ନବରଙ୍ଗପୁରରୁ 116, ନୟାଗଡରୁ 74, ନୂଆପଡାରୁ 84, ପୁରୀରୁ 115, ରାୟଗଡାରୁ 32,  ସମ୍ବଲପୁରରୁ 126, ସୋନପୁରରୁ 129, ସୁନ୍ଦରଗଡରୁ 89ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 158ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Related posts