Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ : ବିଜେପି-କଂଗ୍ରେସର ମହିଳା ନେତ୍ରୀ ରହିଥିଲେ ସାମିଲ୍‌
ଆଜିର ଖବର

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ : ବିଜେପି-କଂଗ୍ରେସର ମହିଳା ନେତ୍ରୀ ରହିଥିଲେ ସାମିଲ୍‌

October 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ଉତ୍ତରପ୍ରଦେଶର ହାଥରସ୍‌ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନରେ ଚାଲିଥିବା ଏକ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍‌ ହୋଇଛି । ଏହି ଘଟଣାରେ ବିଜେପି ଓ କଂଗ୍ରେସ ନେତ୍ରୀ ମିଳିତ ଭାବରେ ସାମିଲ୍‌ ହୋଇଥିବାର ଅଭିଯୋଗ ରହିଛି । ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିବା ପରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ନେତ୍ରୀ ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇ ଏପରି କଦର୍ଯ୍ୟ କାର୍ଯ୍ୟ କରାଉଥିଲେ । ଏଥିରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଉ ଥିବାର ଅଭିଯୋଗ ହୋଇଛି। ଏହି ନାବାଳିକା ଜଣଙ୍କୁ ଅନେକ ଲୋକ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଉପଭୋଗ କରିବା ପାଇଁ ଦଳର ନେତାମାନଙ୍କ ପାଖକୁ ପଠାଉଥିଲେ ଏହି ନେତ୍ରୀ। ଏଥିରେ ବିଜେପି ମହିଳା ମୋର୍ଚ୍ଚାର ଜଣେ ଜିଲ୍ଲା ସଭାନେତ୍ରୀ ଏବଂ କଂଗ୍ରେସ ସେବା ଦଳର ଜିଲ୍ଲା ସଭାନେତ୍ରୀ ଜଡ଼ିତ ଥିଲେ। ଚଢ଼ାଉ ପରେ କଂଗ୍ରେସ ନେତ୍ରୀ ଜଣଙ୍କ ଫେରାର ହୋଇଯାଇଥିବା ବେଳେ ବିଜେପି ନେତ୍ରୀଙ୍କ ସମେତ 5 ଜଣଙ୍କୁ ଗିରଫ କରାଯାଇଛି । ବିଜେପି ନେତ୍ରୀଙ୍କ ସହିତ ଏହି ଘଟଣାରେ କଲେକ୍ଟର, ଇଲେକ୍ଟ୍ରିସିଆନ୍‌ ମଧ୍ୟ ଏହି ଘଟଣାରେ ସାମିଲ୍‌ ରହିଥିବାର ସୂଚନା ରହିଛି ।

ପୀଡ଼ିତା ନାବାଳିକାଙ୍କ କହିବାନୁସାରେ ବିଜେପି ଓ କଂଗ୍ରେସର ଏହି ଦୁଇ ନେତା ଜିଲ୍ଲାସ୍ତରରେ ରାଜ୍ୟର ଅନ୍ୟ ବଡ ବଡ ନେତାଙ୍କ ସହ ମିଶି ଏକ ବଡଧରଣର ରାକେଟ୍‌ ଚଲାଉଛନ୍ତି । ଏହା ଜରିଆରେଅନ୍ୟ ଜିଲ୍ଲାମାନଙ୍କୁ ମଧ୍ୟ ଯୁବତୀ ଚାଲାଣ କରାଯାଉଛି । ବିଜେପିର ମହିଳା ନେତ୍ରୀ ଜଣକ କିଛି ଦିନ ପୂର୍ବେ ନିଜ ସୋସିଆଲ ଆକାଉଣ୍ଟରେ ରାଜନୀତିରେ ବହୁ ସଂଖ୍ୟାରେ ଚରିତ୍ରହୀନ ଲୋକେ ସାମମିଲ୍‌ ରହିଥିବାର ଉଲ୍ଲେଖ କରିଥିଲେ । ଏପରିକି ସମୟ ଆସିଲେ ସେମାନଙ୍କ ନାମ ପ୍ରକାଶ  କରିବେ ବୋଲି ଉଲ୍ଲେଖ କରିଥିଲେ । ତେବେ ଏହି ଘଟଣାର ଯାଞ୍ଚ ପୋଲିସ୍‌ ଜାରି ରଖିଛି । (ଏଜେନ୍ସି)

leader
Share. Facebook Twitter LinkedIn Email WhatsApp Copy Link

Related Posts

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026

କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ

October 7, 2026
Latest News

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026

ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ: ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନାକୁ ସୁନିଶ୍ଚିତ କର

October 7, 2026

କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ

October 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.