ଜଗତସିଂହପୁର ଜିଲ୍ଲାର କରୋନା ସ୍ଥିତି: ଆଜି ୭୩ ଚିହ୍ନଟ, ଜଣେ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ

Published: Oct 2, 2020, 9:51 pm IST

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୧ଜଣ, ପାରାଦ୍ଵୀପରୁ ୬ଜଣ, ବାଲିକୁଦା ଓ ନାଉଗାଁ ବ୍ଲକରୁ ୩ଜଣ ଲେଖାଏଁ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୪ଜଣ ଲେଖାଏଁ, ଏରସମା ବ୍ଲକରୁ ୨ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଜଗତସିଂହପୁରରୁ ଜଣେ ୬୭ ବୟସ ମହିଳାଙ୍କର ମୃତ୍ୟୁ ହୋଇଛି।

ସେହିପରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୫୪୫୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି, ଏଥିସହିତ ବର୍ତ୍ତମାନ ଜିଲ୍ଲାରେ ୧୦୫୯ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି।

ଏଥିସହିତ ଜିଲ୍ଲାର ବ୍ଲକ୍ ମାନଙ୍କର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା – ବାଲିକୁଦା ବ୍ଲକର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬, ବର୍ତ୍ତମାନ ସକ୍ରିୟ ରହିଛନ୍ତି ୧୨୯, ବିରିଡ଼ି ବ୍ଲକର ସମୁଦାୟ ୨୯୭, ବର୍ତ୍ତମାନ ସକ୍ରିୟ ରହିଛନ୍ତି ୫୮, ଏରସମା ବ୍ଲକର ସମୁଦାୟ ୩୨୧, ବର୍ତ୍ତମାନ ସକ୍ରିୟ ୮୧, କୁଜଙ୍ଗ ବ୍ଲକର ସମୁଦାୟ ୭୨୯, ବର୍ତ୍ତମାନ ସକ୍ରିୟ ୯୩, ନାଉଗାଁ ବ୍ଲକର ସମୁଦାୟ ୪୦୨, ବର୍ତ୍ତମାନ ସକ୍ରିୟ ୭୦, ତିର୍ତ୍ତୋଲ ବ୍ଲକର ସମୁଦାୟ ଆକ୍ରାନ୍ତ ୫୯୯, ବର୍ତ୍ତମାନ ସକ୍ରିୟ ରହିଛନ୍ତି ୧୦୫, ରଘୁନାଥପୁର ବ୍ଲକର ସମୁଦାୟ ୩୭୪ , ବର୍ତ୍ତମାନ ସକ୍ରିୟ ୫୪ , ଜଗତସିଂହପୁର ବ୍ଲକର ସମୁଦାୟ ୮୬୮, ବର୍ତ୍ତମାନ ସକ୍ରିୟ ୧୮୭, ଜଗତସିଂହପୁର ମ୍ୟୁନିସିପାଲିଟିରୁ ସମୁଦାୟ ୫୦୭, ବର୍ତ୍ତମାନ ସକ୍ରିୟ ୧୪୮, ପାରାଦ୍ଵୀପରୁ ସମୁଦାୟ ୭୯୪, ବର୍ତ୍ତମାନ ସକ୍ରିୟ ୧୨୨, ଅନ୍ୟାନ୍ୟ ସମୁଦାୟ ୪୦, ବର୍ତ୍ତମାନ ସକ୍ରିୟ ରହିଛନ୍ତି ୧୨ ଜଣ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Related posts