Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

October 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ମହାକାଶ ଗବେଷଣାରେ ଓଡ଼ିଶାର ପ୍ରମୁଖ ଭୂମିକା, ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍

ଭୁବନେଶ୍ବର :  କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍‌ମିଟ୍‌ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍‌ଏସ୍‌ପି ବନ୍ଦ ହେବନି । କୃଷି ଭିତ୍ତିଭୂମିର ବିକାଶ ପାଇଁ 1 ଲକ୍ଷ କୋଟିର ବ୍ୟୟ ଅଟକଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ମାତ୍ର 26ଟି ସାମଗ୍ରୀ ଉପରେ ଏମ୍‌ଏସ୍‌ପି ବ୍ୟବସ୍ଥା ରହିଛି । ଯେଉଁ ସାମଗ୍ରୀ ପାଇଁ ଏମ୍‌ଏସ୍‌ପି ନାହିଁ, ସେସବୁ ପାଇଁ ବି ବଜାର ଦରକାର । ଏଥିପାଇଁ ସରକାର କୃଷି ଆଇନରେ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଉତ୍ପାଦନ ବଢାଇବା ପାଇଁ କଣ୍ଟାକ୍ଟ୍ର ଫାର୍ମିଂକୁ ନୀତିଗତ କରାଯାଇଛି ।

ଅପରପକ୍ଷରେ ଧର୍ମେନ୍ଦ୍ର ମନ୍ତବ୍ୟରେ ବିଜେଡି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ରଖିଛନ୍ତି । ଯଦି ନୂତନ କୃଷି ଆଇନରେ ଏମଏସପି ନେଇ ପ୍ରତିଶ୍ରୁତି ଥାଆନ୍ତା ତେବେ କାହା ମନରେ ସନ୍ଦେହ ଉଠିନଥାନ୍ତା । ଆଇନରେ ଏମ୍‌ଏସ୍‌ପି ନେଇ କିଛି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ପ୍ରତାପ ଦେବ । ଅପରପକ୍ଷରେ ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ । ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡବଡ କର୍ପୋରେଟ୍‌ ମଧ୍ୟସ୍ଥି ଆସିବେ ବୋଲି କହିଛନ୍ତି ପ୍ରତାପ ଦେବ । କଣ୍ଟ୍ରାକ୍ଟ ଫାର୍ମିଂରେ ବଡ ବଡ କର୍ପୋରେଟ୍‌ ସଂସ୍ଥା ଲାଭବାନ ହେବେ ବୋଲି କହିଛନ୍ତି ପ୍ରତାପ ଦେବ ।

କୃଷି ଆଇନ ଧର୍ମେନ୍ଦ୍ରପ୍ରଧାନ ପ୍ରତାପ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.