ଟୁଇନ୍‌ ସିଟିକୁ ବର୍ଷା, ଘଡଘଡି ଓ୍ବାର୍ଣ୍ଣିଂ

Published: Oct 3, 2020, 1:15 pm IST

ଭୁବନେଶ୍ବର : କଟକ-ଭୁବନେଶ୍ବରର ପାଇଁ ପାଣିପାଗ ବିଭାଗ ଓ୍ବାର୍ଣ୍ଣିଂ ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । କଟକ-ଭୁବନେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଟୁଇନ୍‌ ସିଟିରେ ଘଡଘଡି ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆଗାମୀ 2/3 ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହୋଇପାରେ । ଏହି ସମୟରେ ରାସ୍ତା ଦୃଶ୍ୟମାନ ମଧ୍ୟ ନ ହୋଇପାରେ ବୋଲି ସୂଚନା ରହିଛି । ଟୁଇନ୍‌ ସିଟିରେ ପ୍ରବଳ ବର୍ଷା ଲାଗି ରହିଛି ।  ବର୍ଷା ଯୋଗୁଁ ରାସ୍ତା ଖସଡା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଉ ଚାରି ଦିନ ଏମିତି ପାଗ ଲାଗି ରହିବ। ଆସନ୍ତାକାଲି (ଶନିବାର)ଠାରୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର 12 ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଜିଲ୍ଲାଗୁଡ଼ିକ ହେଲା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts