ଆଜି ରାଜଧାନୀ ଭୁବନେଶ୍ବରରୁ 329 ଆକ୍ରାନ୍ତ ଚିହ୍ନଟ, 341 ସୁସ୍ଥ

Published: Oct 3, 2020, 5:17 pm IST

ଭୁବନେଶ୍ବର ମହାନଗରରୁ ଆଜି ଆଉ 329ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍‌ 329 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 110ଜଣ ରହିଥିବାବେଳେ 219ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ନୟାପଲ୍ଲୀରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁରରୁ 14 ଜଣ, ମଞ୍ଚେଶ୍ବରରୁ 11ଜଣ, ପଟିଆରୁ 12ଜଣ, ଡୁମୁଡୁମାରୁ 9ଜଣ, ଆଚାର୍ଯ୍ୟ ବିହାରରୁ 6ଜଣ, ଝାରପଡାରୁ 8ଜଣ, ବରମୁଣ୍ଡାରୁ 7ଜଣ ରହିଛନ୍ତି ।

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 341ଜଣ ସୁସ୍ଥ ହୋଇଛନ୍ତି । ନୂତନ 329 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 876ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 19 ହଜାର 255ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 502ଜଣ ।

Related posts