Categories
ଆଜିର ଖବର ରାଜ୍ୟ ଖବର

କୋଭିଡ ଯୁଦ୍ଧରେ ସୋଆର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା: ୫ ଟି ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଅନେକ ହ୍ରାସ ପାଇଥିଲା ବୋଲି କହିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ ।

ମୁଁ ସୋଆକୁ ପ୍ରଥମ ଥର ପାଇଁ ଆସିଥିଲି ଯେତେବେଳେ ସମୟ ଅତ୍ୟନ୍ତ ଜଟିଳ ଥିଲା। କୋଭିଡ-୧୯ ମହାମାରୀର ବିଭୀଷିକା ଆରମ୍ଭ ହୋଇସାରିଥିଲା। କରୋନାର ମୁକାବିଲା କରିବା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ କିଭଳି ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିପାରିବ ସେ ସମ୍ପର୍କରେ ଆଲୋଚନା କରିବାକୁ ମୁଁ ଆସିଥିଲି। ତେବେ ଏଠାରେ ଥିବା ଭିତିଭୂମିକୁ ପରଖିବା ସହ ଡାକ୍ତରମାନଙ୍କ ସହ ଆଲୋଚନା କରିବା ପରେ ଏହି ଯୁଦ୍ଧରେ ବିଜୟୀ ହେବା ସମ୍ଭବ ଏହି ଆତ୍ମବିଶ୍ୱାସ ନେଇ ସୋଆ କ୍ୟାମ୍ପସରୁ ବିଦାୟ ନେଇଥିଲି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ସୋଆ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆୟୋଜିତ ଦୁଇ ଦିନିଆ ବିମର୍ଶ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପର୍ବ ରଖାଯାଇଥିଲା । ସୋମବାର ସୋଆରେ ବିଶିଷ୍ଟ ଓଡ଼ିଆ ଔପନ୍ୟାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ୍ ଏହା କହିଥିଲେ ।

ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ରାଜ୍ୟ ସରକାରଙ୍କ ସହିତ ହାତ ମିଳାଇ ମହାମାରୀ ସହ ଲଢ଼ିବାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଭୂମିକା ସମ୍ପର୍କରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏବଂ ହସ୍ପିଟାଲ୍‌ର ଡାକ୍ତରମାନଙ୍କ ସହ ସେ ଆଲୋଚନା କରିଥିଲେ ।
ସେମାନେ ସମସ୍ତ ପ୍ରକାର ସାହାଯ୍ୟ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ପ୍ରକାର ସମ୍ଭବପର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରାଇବା ନିମନ୍ତେ ମୋତେ କହିଥିଲେ ବୋଲି ସେ କହିଥିଲେ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଉତ୍କୃଷ୍ଟ ଦଳଗତ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ କୋଭିଡର ମୃତ୍ୟୁ ହାର କମ୍ ରହିଥିଲା ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଲେ । ସୋଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇ ରୋଗୀ ସେବା ପ୍ରଦାନ କରାଯାଇଥିଲା । ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସିତ ହେଲେ ନିଶ୍ଚିତ ଭାବେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ପୀଡ଼ିତ ଲୋକଙ୍କ ମନରେ ଏକ ଭରସା ସୃଷ୍ଟି ହୋଇଥିଲା ବୋଲି ସେ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ପ୍ରଶଂସା କରି କହିଥିଲେ । ଏହି ସମୟରେ ପ୍ରତ୍ୟେକ ଜୀବନକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ଥିଲା । ରାଜ୍ୟ ସରକାର ମଧ୍ୟ କୋଭିଡ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିଲେ ।

ରୋଗୀମାନଙ୍କୁ ଉତମ ସେବା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଦେଶରୁ ସିଧାସଳଖ କିଟ ଓ ଅନ୍ୟାନ୍ୟ ସରଞ୍ଜାମ ଆମଦାନୀ କରାଯାଇଥିଲା ଓ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତୀତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ବୋଲି ସେ କହିଥିଲେ ।

Categories
ଆଜିର ଖବର ଜାତୀୟ ଖବର

କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା: ଚାଲିବ ୩୯ଟି ନୂତନ ଟ୍ରେନ

ନୂଆଦିଲ୍ଲୀ: କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା କରାଯାଇଛି। ଭାରତୀୟ ରେଳବାଇ ୩୯ ଟି ନୂତନ ଟ୍ରେନ ଚଳାଇବା ପାଇଁ ଘୋଷଣା କରିଛି। ରେଳବାଇ ଦ୍ୱାରା ଘୋଷଣା କରାଯାଇଥିବା ଏ ସମସ୍ତ ଟ୍ରେନରେ ଶୀତତାପ ନିୟନ୍ତ୍ରିତ କୋଚ୍ ରହିବ। ହେଲେ କେବେ ଏହି ନୂତନ ଟ୍ରେନ ଚଳାଚଳ କରିବ ଏନେଇ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ତେବେ ଟ୍ରେନ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ନୂତନ ଟ୍ରେନ ପାଇଁ କୋଭିଡ଼ ନିୟମକୁ କଡାକଡି କରିବା ସହିତ କିଛି ନୂଆ ନିୟମ କରାଯାଇଛି।

ଟ୍ରେନ ଯାତ୍ରୀଙ୍କ ପାଇଁ କ’ଣ ରହିବ କଟକଣା ଓ ନିୟମ

୧-ସାମାଜିକ ଦୁରତ୍ଵକୁ ପାଳନ କରି ଗୋଟିଏ ପରେ ଗୋଟିଏ ସିଟକୁ ଖାଲି ରଖାଯିବ

୨-ଯାତ୍ରୀ ଗୋଟିଏ ସିଟରେ ଥରେ ବସିବା ପରେ ଆଉ ସିଟ୍ ବଦଳିବାର ଅନୁମତି ମିଳିବ ନାହିଁ।

୩-ଯାତ୍ରୀ ଓ ରେଳ କର୍ମଚାରୀ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ।

୪-ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟୋଲ କରିବାକୁ ପଡ଼ିବ।

୪-ସମସ୍ତ ଯାତ୍ରୀଙ୍କୁ କୋଭିଡ-୧୯ ସୁରକ୍ଷା କିଟ୍ ପ୍ରଦାନ କରାଯିବ। ଆଉ ଏଥିରେ ଗୋଟିଏ ସାନିଟାଇଜର ବୋତଲ, ଗୋଟିଏ ମାସ୍କ, ଗୋଟିଏ ଫେସ ସୀଲ୍ଡ ଓ ଦୁଇ ଯୋଡ଼ା ଗ୍ଲୋବ୍ସ ମିଳିବ।

୫-କୋଚରେ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରିବାକୁ ପଡ଼ିବ। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜଧାନୀ ଭୁବନେଶ୍ବରରୁ 329 ଆକ୍ରାନ୍ତ ଚିହ୍ନଟ, 341 ସୁସ୍ଥ

ଭୁବନେଶ୍ବର ମହାନଗରରୁ ଆଜି ଆଉ 329ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍‌ 329 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 110ଜଣ ରହିଥିବାବେଳେ 219ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ନୟାପଲ୍ଲୀରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁରରୁ 14 ଜଣ, ମଞ୍ଚେଶ୍ବରରୁ 11ଜଣ, ପଟିଆରୁ 12ଜଣ, ଡୁମୁଡୁମାରୁ 9ଜଣ, ଆଚାର୍ଯ୍ୟ ବିହାରରୁ 6ଜଣ, ଝାରପଡାରୁ 8ଜଣ, ବରମୁଣ୍ଡାରୁ 7ଜଣ ରହିଛନ୍ତି ।

ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 341ଜଣ ସୁସ୍ଥ ହୋଇଛନ୍ତି । ନୂତନ 329 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 876ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 19 ହଜାର 255ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 502ଜଣ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୟୁରଭଞ୍ଜରୁ ଆଉଜଣେ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ଏହି ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206ରେ ପହଞ୍ଚିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ 3 ସୁରତ ଫେରନ୍ତା କରୋନା ପଜିଟିଭ୍‌ ଜଣାପଡିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 206 ରହିଥିବା ବେଳେ ତନ୍ମଧ୍ୟରୁ 62 ଜଣ ସୁସ୍ଥ ହୋଇଛନ୍ତି ଏବଂ 2 ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କଲେ ସରକାର

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ତ୍ବରିତ ଭାବରେ ବଢୁଥିବାରୁ ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବରେ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଗଞ୍ଜାମରେ 17 ଜଣ ସୁରତ ଫେରନ୍ତା ପଜିଟିଭ୍‌ ଜଣାପଡିଥିଲେ । ସେହିପରି ଭାବରେ ଗତକାଲି ଏବଂ ଆଜି କରୋନା ଛଇଁଥିବା ଦୁଇଜିଲ୍ଲା ଜଗତସିଂହପୁର ଏବଂ ମୟୁରଭଞ୍ଜକୁ ଗ୍ରୀନ୍‌ରୁ ଅରେଞ୍ଜ ଜୋନ୍‌କୁ ପରିବର୍ତ୍ତିତ କରାଯାଇଛି ।