କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା: ଚାଲିବ ୩୯ଟି ନୂତନ ଟ୍ରେନ

Published: Oct 7, 2020, 7:56 pm IST

ନୂଆଦିଲ୍ଲୀ: କରୋନା ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ବଡ ଘୋଷଣା କରାଯାଇଛି। ଭାରତୀୟ ରେଳବାଇ ୩୯ ଟି ନୂତନ ଟ୍ରେନ ଚଳାଇବା ପାଇଁ ଘୋଷଣା କରିଛି। ରେଳବାଇ ଦ୍ୱାରା ଘୋଷଣା କରାଯାଇଥିବା ଏ ସମସ୍ତ ଟ୍ରେନରେ ଶୀତତାପ ନିୟନ୍ତ୍ରିତ କୋଚ୍ ରହିବ। ହେଲେ କେବେ ଏହି ନୂତନ ଟ୍ରେନ ଚଳାଚଳ କରିବ ଏନେଇ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ତେବେ ଟ୍ରେନ ଚାଲିବାର ନିର୍ଦ୍ଦିଷ୍ଟ ସମୟ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ନୂତନ ଟ୍ରେନ ପାଇଁ କୋଭିଡ଼ ନିୟମକୁ କଡାକଡି କରିବା ସହିତ କିଛି ନୂଆ ନିୟମ କରାଯାଇଛି।

ଟ୍ରେନ ଯାତ୍ରୀଙ୍କ ପାଇଁ କ’ଣ ରହିବ କଟକଣା ଓ ନିୟମ

୧-ସାମାଜିକ ଦୁରତ୍ଵକୁ ପାଳନ କରି ଗୋଟିଏ ପରେ ଗୋଟିଏ ସିଟକୁ ଖାଲି ରଖାଯିବ

୨-ଯାତ୍ରୀ ଗୋଟିଏ ସିଟରେ ଥରେ ବସିବା ପରେ ଆଉ ସିଟ୍ ବଦଳିବାର ଅନୁମତି ମିଳିବ ନାହିଁ।

୩-ଯାତ୍ରୀ ଓ ରେଳ କର୍ମଚାରୀ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ।

୪-ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟୋଲ କରିବାକୁ ପଡ଼ିବ।

୪-ସମସ୍ତ ଯାତ୍ରୀଙ୍କୁ କୋଭିଡ-୧୯ ସୁରକ୍ଷା କିଟ୍ ପ୍ରଦାନ କରାଯିବ। ଆଉ ଏଥିରେ ଗୋଟିଏ ସାନିଟାଇଜର ବୋତଲ, ଗୋଟିଏ ମାସ୍କ, ଗୋଟିଏ ଫେସ ସୀଲ୍ଡ ଓ ଦୁଇ ଯୋଡ଼ା ଗ୍ଲୋବ୍ସ ମିଳିବ।

୫-କୋଚରେ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରିବାକୁ ପଡ଼ିବ। (ଏଜେନ୍ସି)

Related posts