ଲଘୁଚାପ ସକ୍ରିୟ : ଟୁଇନ୍‌ ସିଟିରେ ଘଡଘଡି ସହ ବର୍ଷା

Published: Oct 4, 2020, 11:58 am IST

ଭୁବନେଶ୍ବର : କଟକ ଓ ଭୁବନେଶ୍‌ବରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଲଘୁଚାପ ପ୍ରଭାବରେ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ଆଗାମୀ 2ରୁ 3 ଘଣ୍ଟା ଯାଏଁ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଣ୍‌ଟା ପ୍ରତି 2ରୁ 3 ସେମି ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ପ୍ରବଳ ବର୍ଷା ଯୋଗୁଁ କମ୍‌ ଦୃଶ୍ୟମାନ ଓ ତଳିଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ରହିଛି ବୋଲି ସୂଚନା ଜାରି ହୋଇଛି ।

ଆଉ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଜାରି ରହିଛି । ଖୋର୍ଦ୍ଧା,କଟକ, ଢେଙ୍କାନାଳ, କେଉଁଝର, ଗଞ୍ଜାମ, ଅନୁଗୁଳ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

Related posts