ଭୁବନେଶ୍ବର : ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ । ଅକ୍ଟୋବରର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ । ଆସନ୍ତା 26ରେ ଦୁର୍ଗାପୂଜା ରହିଛି,ଅର୍ଥାତ୍ ଅକ୍ଟୋବରରେ ଖୋଲିବ ନାହିଁ । ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ବିଚାର ହେବ । ଅକ୍ଟୋବର ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ । କରୋନା ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ତେବେ ପିଲାଙ୍କସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
Tags: ଗଣଶିକ୍ଷାମନ୍ତ୍ରୀ, ସ୍କୁଲ