ନୂଆଦିଲ୍ଲୀ : 103 ବର୍ଷୀୟ ଜଣେ ବୃଦ୍ଧ ନିଜ ନାତି ପାଇଁ 14000 ଫୁଟ୍ ଉଚ୍ଚରୁ ଡେଇଁ ବିଶ୍ବ ରେକର୍ଡ କରିଛନ୍ତି । ବୃଦ୍ଧ ଜଣକ ସାହସର ସହିତ ଡେଇଁସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । 103 ବର୍ଷୀୟ ଅଲ୍ଫ୍ରେଡ୍ ଅଲ୍ ବ୍ଲାଶିକ୍ ପରିଣତି ବୟସରେ ମଧ୍ୟ ନ ଡରି ନିଜ ଜୀବନକୁ ବେଶ୍ ଉତ୍ସାହର ସହିତ ବଞ୍ଚିବାକୁ ପସନ୍ଦ କରିଛନ୍ତି ।
ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡ ମୁତାବକ 1917ମସିହାରେ ଜନ୍ମିତ ଅଲ୍ଫ୍ରେଡ୍ 103ବର୍ଷ 181 ଦିନ ବୟସରେ ଓଲଡେଷ୍ଟ୍ ଟଣ୍ଡେମ୍ ପେରସୁଟ୍ ଜମ୍ପ୍ରେ ଗିନିଜ୍ ଓ୍ବାଲର୍ଡ ରେକର୍ଡ ସୃଷ୍ଟି କରିଛନ୍ତି । 2017ରେ ଦହୁରେ ନିଜର 100ତମ ଜନ୍ମଦିବସରେ ପ୍ରଥମଥର ପାଇଁ ସ୍କାଇଡ୍ରାଇଭିଂ କରିବାସହ ନିଜର ଯାଆଁଳା ନାତି ଗ୍ରାଜୁଏଟ୍ ହେବା ପରେ ସେ ଏପରି ଏକ ସାହାସୀ କାମ କରିବା ପାଇଁ ଶପଥ ନେଇଥିଲେ ।
ସ୍କାଇଡ୍ରାଇଭ୍ ସ୍ପେସ୍ଲ୍ୟାଣ୍ଡର ମ୍ୟାନେଜର୍ ଥମାସ୍ ହ୍ୟୁଜେସ୍ଙ୍କ ମତରେ ଅଲ୍ଫ୍ରେଡ୍ ଆକାଶରେ 14000 ଫୁଟ୍ ଉଚ୍ଚରୁ ଉଡନ୍ତା ବିମାନରୁ ଡେଇଁ ତିନି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏହି ରେକର୍ଡ ଦେଖିବା ପାଇଁ ଅଲଫ୍ରେଡ୍ଙ୍କ ପୂରା ପରିବାର ସାମିଲ୍ ହୋଇଥିଲେ । ସେ ଯେତେବଳେ ଡେଇଁଥିଲେ ସେତେବେଳେ ଘଣ୍ଟା ପ୍ରତି 193 କିଲୋମଟର ଗତିରେ 6 ହଜାରଫୁଟ୍ ତଳକୁ ଆସିଥିଲେ । ଏହି ଡ୍ରାଇଭ୍ ପୂରା କରିବାକୁ 5 ମିନିଟ୍ ସମୟ ଲାଗିଥିଲା । (ଏଜେନ୍ସି)