Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଲି ସମୟରେ ଭାରତୀୟମାନେ କ’ଣ କରିବାକୁ ପସନ୍ଦ କରନ୍ତି ? ଜାଣନ୍ତୁ, ଭାରତୀୟଙ୍କ ଅଭ୍ୟାସ
ଆଜିର ଖବର

ଖାଲି ସମୟରେ ଭାରତୀୟମାନେ କ’ଣ କରିବାକୁ ପସନ୍ଦ କରନ୍ତି ? ଜାଣନ୍ତୁ, ଭାରତୀୟଙ୍କ ଅଭ୍ୟାସ

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସାଧାରଣତଃ ଭାରତୀୟମାନେ ଖାଲି ସମୟରେ କ’ଣ କରିବାକୁ ପସନ୍ଦକରନ୍ତି । ଏହାର ଉତ୍ତର ହେଉଛି ଶୋଇବା । ଭାରତୀୟମାନେ ଖାଲି ସମୟରେ ଶୋଇବାକୁ ବେଶ୍‌ ପସନ୍ଦ କରନ୍ତି ବୋଲି ଏକ ଷ୍ଟଡିରୁ ଜଣାପଡିଛି । ଭାରତୀୟମାନେ ସେମାନଙ୍କର ଦିନକୁ କେମିତି ଅତିବାହିତ କରନ୍ତି, ଏନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି । ଏହି ସର୍ଭେରେ ଗ୍ରାମୀଣ ଓ ସହର ଅଞ୍ଚଳର ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଗ୍ରାମୀଣ ଓ ସହରୀ ଲୋକମାନେ ଶୋଇବାରେ କେତେ ସମୟ ଖର୍ଚ୍ଚ କରନ୍ତି ତାହା ନେଇ ଏହି ସର୍ଭେ କରାଯାଇଥିଲା । 2019 ଜାନୁଆରୀ ଓ ଡିସେମ୍ବର ମଧ୍ୟରେ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଟାଇମ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରିଥିଲା । ପ୍ରାୟ 1ଲକ୍ଷ 38 ହଜାର 799ଜଣଙ୍କ ଘରେ ଏନେଇ ସର୍ଭେ କରାଯାଇଥିଲା । କେବଳ ଆଣ୍ଡାମାନ ନିକୋବର ଦ୍ବୀପ ପୁଞ୍ଜକୁ ଛାଡି କରାଯାଇଥିବା ଏହି ସର୍ଭେରେ ଲୋକେ ପଇସା ନେଇ କରୁଥିବା କାମ ଓ ବିନା ପଇସାରେ କେତେ ଘଣ୍ଟା କାମ କରୁଛନ୍ତି ତାହା ନେଇ ସର୍ଭେ କରାଯାଇଥିଲା ।

ପ୍ରାୟତଃ ଭାରତୀୟମାନେ ନିଜ ଖାଲି ସମୟରେ 552 ମିନିଟ୍‌ ଅର୍ଥାତ୍‌ 9 ଘଣ୍ଟା ଶୋଇ କରି ବିତାଇଥା’ନ୍ତି । ସେହିଭଳି ଗ୍ରାମୀଣ ପୁରୁଷମାନେ  554 ମିନିଟ୍‌ ଶୋଇଥିବାବେଳେ ମହିଳାମାନେ ଟିକେ ଅଧିକ ଅର୍ଥାତ୍‌‌ 557 ମିନିଟ୍‌ ଶୋଇଥା’ନ୍ତି। ସେହିପରି ସହରୀ ଲୋକମାନେ ଗ୍ରାମ ଲୋକଙ୍କଠାରୁ ଟିକେ କମ୍‌ ଶୋଇବାକୁ ଭଲ ପା’ନ୍ତି । ସହରରେ ରହୁଥିବା ପୁରୁଷମାନେ ଖାଲି ସମୟରେ 534 ମିନିଟ୍‌ ଶୋଇକରି ବିତାଉଥିବାବେଳେ ମହିଳାମାନେ 552 ମିନିଟ୍‌ ଶୋଇ କରି ବିତାଇଥାନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.