
ଭୁବନେଶ୍ବର : ରାଜଭବନ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ନିଖୋଜ ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପରିଡା ନାମକ ବ୍ୟକ୍ତି ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କରିଛନ୍ତି ସୀମାଞ୍ଚଳଙ୍କ ଭଉଣୀ । ଗଞ୍ଜାମ ଜିଲ୍ଲଶ ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ଘର । ସେ ଜଣେ ଡିପ୍ଲୋମା ଇଂଜିନିୟର ଏଲପିଜି କାମରେ ସେ ନିୟୋଜିତ ଥିବା ତାଙ୍କ ଭଉଣୀ କହିଛନ୍ତି। କୋଲକାତାରୁ ଆସି ସେ ଭୁବନେଶ୍ୱରରେ ଥିଲେ। ବିସ୍ଫୋରଣ ଖବର ପାଇବା ପରେ ସୀମାଞ୍ଚଳଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କ ଭଉଣୀ ଚେଷ୍ଟା କରିଥିଲେ। ଫୋନ ନଲାଗିବାରୁ ସେମାନେ ଭୁବନେଶ୍ୱର ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲ ଏବଂ କଟକ ଏସସିବି ଯାଇ ଆହତ ବ୍ୟକ୍ତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ତାଙ୍କ ଭାଇ ବିଷୟରେ କୌଣସି ସୂଚନା ମିଳିନଥିବା ଜଣାପଡିଛି। ବିସ୍ଫୋରଣ ସ୍ଥଳରୁ ସୀମାଞ୍ଚଳଙ୍କ ଏଟିଏମ୍ ଏବଂ ମନିପର୍ସ ମିଳିଥିବା ଆଇଓସିଏଲ୍ ଅଧିକାରୀ ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।
ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ପରେ ଗୁରୁତର ଦୁଇ ଜଣଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଭୋରରୁଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।