
ଭୁବନେଶ୍ବର : ବାଲେଶ୍ବର ସଦର ଓ ତିର୍ତ୍ତୋଲର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ରାଜ୍ୟର 2ଟି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର 3ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । 10ରେ ଭୋଟ୍ ଗଣତି ହେବ । ତେବେ ଆଜିଠାରୁନାମାଙ୍କନ ପତ୍ର ଦାଖଲ ହେବ । 16 ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବାବେଳେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଭିତରେ ପ୍ରାର୍ଥୀପତ୍ର ଦାଖଲ ନିର୍ଦ୍ଦେଶ ରହିଛି । ସେହିପରି 17ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ 19ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । କୋଭିଡ୍ କଟକଣା ଭିତରେ ନିର୍ବାଚନ ଅନୁଷ୍ଠିତ ହେବ ।