Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦମ୍‌ଦାର ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇର ଅଭିଯାନ ଆରମ୍ଭ
ଆଜିର ଖବର

ଦମ୍‌ଦାର ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ୍‌ ଚେନ୍ନାଇର ଅଭିଯାନ ଆରମ୍ଭ

March 24, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
chennai beat bangalore in the first match of ipl
chennai beat bangalore in the first match of ipl
ବିଜୟରୁ ଅଭିଯାନ ଆରମ୍ଭ କରିଛି ୨୦୧୮ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ)। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ସିଏସ୍‌କେ ପ୍ରତିପକ୍ଷ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ଏକପାଖିଆ ଭାବେ ୭ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ମାତ୍ର ୧୭.୧ ଓଭର୍‌ରେ ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବ୍‌ରେ ସିଏସ୍‌କେ ୧୭.୪ ଓଭର୍‌ରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଧୋନି ଟସ୍‌ ଜିତି ଆରସିବିକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲେ। ତେବେ ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିରଙ୍କ ଯାଦୁ ଆଗରେ ପୂରା ଆରସିବି ଟିମ୍‌ ଆତ୍ମସମର୍ପଣ କରିଦେଇଥିଲା। ହରଭଜନ ବିରାଟ୍‌ କୋହଲି(୬)ଙ୍କୁ ଆଉଟ୍‌ କରି ଆରସିବିକୁ ଶକ୍ତ ଝଟ୍‌କା ଦେଇଥିଲେ। ଏହାପରେ ଭଜି ମୋଇନ୍‌ ଅଲ୍ଲୀ(୯) ଓ ବିସ୍ଫୋରକ ଏବି ଡିଭିଲିୟର୍ସ(୯)ଙ୍କୁ ଆଉଟ୍‌ କରି ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ହରଭଜନଙ୍କ ପରେ ଇମ୍ରାନ୍‌ ତାହିର ନିଜର ଜଲୱା ଦେଖାଇଥିଲେ। ସେ ନିଜର ପ୍ରଥମ ଓଭର୍‌ର ପ୍ରଥମ ବଲ୍‌ରେ ଶିବମ ଦୁବେ(୨)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ ସେ ଯଥାକ୍ରମେ ନଭଦୀପ ସାଇନି ଓ ୟୁଜଭେନ୍ଦର ଚହଲଙ୍କ ୱିକେଟ୍‌ ନେଇଥିଲେ। ରବୀନ୍ଦ୍ର ଜାଡେଜା କଲିନ୍‌ ଡି ଗ୍ରାଣ୍ଡହୋମ(୪) ଓ ଉମେଶ ଯାଦବ(୧)ଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ଧୈର୍ଯ୍ୟର ସହିତ ବ୍ୟାଟିଂ କରୁଥିବା ପାର୍ଥିବ ପଟେଲ(୨୯)ଙ୍କ ୱିକେଟ୍‌ ଡ୍ୱେନ୍‌ ବ୍ରାଭୋ ନେଇଥିଲେ। ଆରସିବିର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ଆଉଟ୍‌ ହୋଇଥିଲେ। ଆରସିବିର ଏକମାତ୍ର ବ୍ୟାଟସ୍‌ମ୍ୟାନ୍‌ ଭାବେ ପାର୍ଥିବ ପଟେଲ ହିଁ ଦୁଇ ଅଙ୍କ ଛୁଇଁଥିଲେ। ସିଏସ୍‌କେ ପକ୍ଷରୁ ହରଭଜନ ଓ ତାହିର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜାଡେଜା ୨ଟି ଓ ବ୍ରାଭୋ ଗୋଟିଏ ୱିକେଟ୍‌ ନେଇଥିଲେ। ଆରସିବି ଦେଇଥିବା ୭୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ସିଏସ୍‌କେ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ୧୦ଟି ବଲ୍‌ ଖେଳି ପିଚ୍‌ରେ ସଂଘର୍ଷ କରୁଥିବା ଓପନର ଶେନ୍‌ ୱାଟସନ୍‌ ଖାତା ଖୋଲିବା ପୂର୍ବରୁ ୟୁଜବେନ୍ଦ୍ର ଚହଲଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଅନ୍ୟତମ ଓପନର ଅମ୍ବାତି ରାୟୁଡୁ ଓ ଅଭିଜ୍ଞ ସୁରେଶ ରାଇନା ଦଳର ସ୍ଥିତି ସମ୍ଭାଳିଥିଲେ। ତେବେ ୧୯ ରନ୍‌ କରିଥିବା ରାଇନାଙ୍କୁ ମୋଇନ୍‌ ଅଲ୍ଲୀ ଆଉଟ୍‌ କରି ସିଏସ୍‌କେର ବିଜୟକୁ ବିଳମ୍ବିତ କରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବ କିଛି ସମୟ ପାଇଁ ଅମ୍ବାତି ରାୟୁଡୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୫୯ ଥିବା ବେଳେ ଅମ୍ବାତି ରାୟୁଡୁ (୨୮) ରନ୍‌ କରି ମହମ୍ମଦ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲା। ଏହାପରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିଥିଲେ ଏବଂ କେଦାର ଯାଦବଙ୍କ ସହ ମିଶି ସିଏସ୍‌କେର ବିଜୟ ମୁଣ୍ଡି ମାରିଥିଲେ। କେଦାର ଯାଦବ ଶେଷ ପର୍ଯ୍ୟନ୍ତ ୧୩ ରନ୍‌ ଓ ଜାଡେଜା ୬ ରନ୍‌ କରି ଅପରାଜିତ ରହିବା ସହ ଦଳକୁ ୧୪ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ। ଆଜି କେକେଆର ଏବଂ ସନ୍‌ରାଇଜର୍ସ ମଧ୍ୟରେ ପ୍ରଥମ ମୁକାବିଲା ହେବାର ଥିବା ବେଳେ ମୁମ୍ବାଇ ଇଣ୍‌ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବା।
bangalore ipl thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.