ଯୁବତୀଙ୍କ ସହ ବନ୍ଧୁତା କରିବା ପଡିଲା ମହଙ୍ଗା : ସମ୍ପର୍କୀୟଙ୍କ ମାଡ଼ରେ ଯୁବକଙ୍କ ଜୀବନ ଗଲା

Published: Oct 10, 2020, 2:36 pm IST

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଅଞ୍ଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି । ତେବେ ଏହି ହତ୍ୟା ଘଟଣା ଜଣେ କିଶୋରୀ ବା ଯୁବତୀ ସହିତ ବନ୍ଧୁତା କରିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୋଲିସ୍‌ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ ଆଦର୍ଶ ନଗର ଅଞ୍ଚଳରେ ରହୁଥିବା 18 ବର୍ଷୀୟ ରାହୁଲ୍‌ ନାମକ ଯୁବକ ରହୁଥିଲେ । ସେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ର ଥିବାର ସୂଚନା ରହିଛି । ସେ ପଢିବା ସହିତ ଟିଉସନ୍‌ କରୁଥିଲେ । ତାଙ୍କ ପିତା ଜଣେ ଡ୍ରାଇଭର । ରାହୁଲ୍‌ଙ୍କ ମା’ଙ୍କ କହିବାନୁସାରେ କେହି ଟ୍ୟୁସନ୍‌ ନେଇ କଥାବାର୍ତ୍ତା କରିବାକୁ ରାହୁଲ୍‌କୁ ଘରୁ ବାହାରକୁ ଡାକିଲେ । ଘରଠାରୁ କିଛି ଦୂରରେ ରାହୁଲ୍‌ ସହିତ ମାରପିଟ୍‌ ହୋଇଥିଲା । ରାହୁଲ୍‌ଙ୍କୁ ଏମିତି ମାଡ ମାରିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଥିଲା । ରାହୁଲ୍‌ଙ୍କ ପ୍ରାୟ 15ଜଣ ଲୋକେ ମାରିଥିଲେ । ମୃତ ଯୁବକ ଜଣକ ଜଣେ ଝିଅ ସହିତ ଫୋନ୍‌ରେ କଥା ହେଉଥିଲେ ବୋଲି ସୂଚନା ରହିଛି । ଏହି ଘଟଣାକୁ ନେଇ ଉକ୍ତ ଝିଅଙ୍କ ପରିବାର ଲୋକେ ଯୁବକକୁ ପିଟି ପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଘରଠାରୁ 500 ମିଟର ଦୂରର ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ପୋଲିସ୍‌ ଯାଞ୍ଚ କରୁଛି । ପୋଲିସ୍‌ ଏହି ଘଟଣାରେ ଯୁବତୀଙ୍କ ସମ୍ପର୍କୀୟ ଦୁଇଜଣଙ୍କୁ ଗିରଫ କରିବା ସହିତ ଯୁବତୀଙ୍କ ନାବାଳକ ତିନି ଭାଇଙ୍କୁ ଅଟକରଖିଛି ।

Related posts