ବାଲେଶ୍ୱର ଉପ ନିର୍ବାଚନ : ରଘୁନାଥଙ୍କୁ ବିଜେପି ପ୍ରଚାର କମିଟି ଦାୟିତ୍ୱ

Published: Oct 12, 2020, 11:01 am IST
BJPFlag

ଭୁବନେଶ୍ୱର :  ଓଡ଼ିଶାରେ ଉପନିର୍ବାଚନ ତାତି ଅନୁଭୂତ ହେଲାଣି । ଉପନିର୍ବାଚନ ପାଇଁ ସବୁ ଦଳ ଭିତରେ କସରତ ଆରମ୍ଭ ହେଲାଣି । ତେବେ ଉପ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ବିଜେପି ଉଭୟ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଜି ପ୍ରଚାର କମିଟି ଘୋଷଣା କରାଯାଇଛି । ତେର ଜଣିଆ ପ୍ରଚାର କମିଟି ଘୋଷଣା କରାଯାଇଥିବା ବେଳେ ରଘୁନାଥ ମହାନ୍ତିଙ୍କୁ ପ୍ରଚାର କମିଟିର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ବାଲେଶ୍ବର ସଦରର ପ୍ରାର୍ଥୀ ହୋଇଛନ୍ତି ମାନସ କୁମାର ଦତ୍ତ । ଅପରପକ୍ଷରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 10 ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର।

Related posts