ମୁମ୍ବାଇରେ ବଡ ଧରଣର ଗ୍ରୀଡ ଫେଲ୍‌

Published: Oct 12, 2020, 11:27 am IST

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ବଡ ଧରଣର ଗ୍ରୀଡ୍‌ ଫେଲ୍‌ ହୋଇଛି । ଏହା ଯୋଗୁଁ ମୁମ୍ବାଇର ବ୍ୟାପକ ଅଞ୍ଚଳରେ ଦିନ 10ଟାରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିଛି । ବିଦ୍ୟୁତ ବିଭ୍ରାଟ ପାଇଁ ମୁମ୍ବାଇ ଉପନଗରୀ ଅଞ୍ଚଳରେ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି । ଟାଟା ତରଫରୁ ହେଉଥିବା ବିଦ୍ୟୁତ୍‌ ଯୋଗାଣ ବିଫଳ ହୋଇଥିବାରୁ ରାଜଧାନୀରେ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହୋଇଛି ବୋଲି ମୁମ୍ବାଇ ବିଦ୍ୟୁତ ଯୋଗାଣ ଓ ପରିବହନ ତରଫରୁ ସୂଚନା ଦିଆଯାଇଛି ।

ଏହି କାରଣରୁ ସହରର ପୂର୍ବ, ପଶ୍ଚିମ, ଉପନଗର ଓ ଥାନେର କିଛି ଅଂଶରେ ବିଜୁଳି ଯୋଗାଣ ବନ୍ଦ ରହିଛି । ଗ୍ରୀଡ୍‌ ଫେଲ୍‌ ହେବା କାରଣରୁ ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ବାନ୍ଦ୍ରା, କୋଲାବ୍‌, ମାହିମା ଆଦି ଅଞ୍ଚଳରେ ସକାଳ 10ଟାରୁ ବିଜୁଳି ଯୋଗାଣ ବନ୍ଦ ରହିଛି ।

Related posts