
ବଲାଙ୍ଗିର : ବାରମ୍ବାର ବାହାଘର ଭାଙ୍ଗିବାରୁ ଜଣେ ଯୁବତୀ ଚରମ ନିଷ୍ପତ୍ତି ନେଇଛନ୍ତି । ନିଆରେ ପୋଡି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶେଷରେ ଆଜି ଯୁବତୀ ଜଣଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିର ମେଡିକାଲରେ ଯୁବତୀଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତ ଯୁବତୀଙ୍କ ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କୁଲିତାଯୋର ଗାଁରେ । କିରୋସିନି ଢାଳି ହୋଇ ପୋଡି ମରିବାକୁ ଯୁବତୀ ଜଣକ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି ତାଙ୍କ ବାପା । ଜଣେ ଯୁବକ ବାରମ୍ବାର ବାହାଘର ଭାଙ୍ଗୁ ଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତ ଯୁବତୀଙ୍କ ବାପା ।