ସମାଜବାଦୀ ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଜାରି : ବାଦ ପଡିଲେ ମୁଲାୟମ

Published: Mar 24, 2019, 1:14 pm IST
sp releases star campaigner list

ସମାଜବାଦୀ ପାର୍ଟି ଗତକାଲି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଚଳିତ ଥର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ଏହି ତାଲିକାରୁ ବାଦ୍ ଦିଆ ଯାଇଛି। ଏହା ପୂର୍ବରୁ ଏସପି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏସପି ଦ୍ୱାରା ଜାରି କରାଯାଇଥିବା ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଖିଲେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚନ, ରାମ ଗୋପଳ ଯାଦବ, ରାଜେନ୍ଦ୍ର ଚୌଧରୀ, ଆଜମ ଖାନ ଆଦି ସାମିଲ ଅଛନ୍ତି। ସୂଚନାଯୋଗ୍ୟ କି, ଏସପି ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଜାରି କରିଛି। ଏଥିରେ ମୁଲାୟମଙ୍କ ନାମ ନାହିଁ। ସେ ମେନପୁରୀ ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ଅଖିଳେଶ ଯାଦବ ଆଜମଗଡ଼ରୁ ନିର୍ବାଚନ ଲଢିବାକୁ ଥିବାବେଳେ ବରିଷ୍ଠ ନେତା ଆଜମ୍‌ ଖାନ୍‌ ରାମପୁର୍‌ ସିଟ୍‌ରୁ ନିର୍ବାଚନ ଲଢିବେ। ଚଳିତ ଥର ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି–ଆର୍‌ଏଲ୍‌ଡି ମିଳିତ ଭାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏସ୍‌ପି ୩୭, ବିଏସ୍‌ପି ୩୭ ଓ ଆର୍‌ଏଲ୍‌ଡି ୩ ସିଟି୍‌ରେ ନିର୍ବାଚନ ଲଢୁଛନ୍ତି। ତେବେ ୟୁପିର୍‌ ଦୁଇଟି ଆସନ (ରାୟବରେଲି ଓ ଆମେଠି)ରେ ମେଣ୍ଟର କୌଣସି ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇନାହିଁ।

Related posts