Categories
ଆଜିର ଖବର

କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ଆଜି କଂଗ୍ରେସର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷିତ ହୋଇଛି। ଏହି ତାଲିକାର ଶୀର୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରହିଥିବାବେଳେ ରାହୁଲ୍‌ଙ୍କ ପଛକୁ ମନମୋହନ ସିଂହ ଓ ପ୍ରିୟଙ୍କା ଗାନ୍ଧି ରହିଛନ୍ତି। ସେହିପରି ଏହି ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ୍‌ ପାଇଲଟ୍‌, ନବଜୋତ ସିଂହ ସିଦ୍ଧୁ, ଖୁସ୍‌ବୁ, ନଗ୍‌ମା, ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି। ଓଡ଼ିଶାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଦାସ, ଚିରଞ୍ଜିବି ବିଶ୍ବାଳ, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁ୍ଖଙ୍କ ନାମ ରହିଛି।

Categories
ଆଜିର ଖବର

ସମାଜବାଦୀ ପାର୍ଟିର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଜାରି : ବାଦ ପଡିଲେ ମୁଲାୟମ

ସମାଜବାଦୀ ପାର୍ଟି ଗତକାଲି ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଚଳିତ ଥର ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଅଖିଳେଶ ଯାଦବଙ୍କ ପିତା ମୁଲାୟମ ସିଂ ଯାଦବଙ୍କୁ ଏହି ତାଲିକାରୁ ବାଦ୍ ଦିଆ ଯାଇଛି। ଏହା ପୂର୍ବରୁ ଏସପି ଲୋକସଭା ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏସପି ଦ୍ୱାରା ଜାରି କରାଯାଇଥିବା ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ଅଖିଲେଶ ଯାଦବ, ଡିମ୍ପଲ ଯାଦବ, ଜୟା ବଚନ, ରାମ ଗୋପଳ ଯାଦବ, ରାଜେନ୍ଦ୍ର ଚୌଧରୀ, ଆଜମ ଖାନ ଆଦି ସାମିଲ ଅଛନ୍ତି। ସୂଚନାଯୋଗ୍ୟ କି, ଏସପି ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ ଜାରି କରିଛି। ଏଥିରେ ମୁଲାୟମଙ୍କ ନାମ ନାହିଁ। ସେ ମେନପୁରୀ ଆସନରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ଅଖିଳେଶ ଯାଦବ ଆଜମଗଡ଼ରୁ ନିର୍ବାଚନ ଲଢିବାକୁ ଥିବାବେଳେ ବରିଷ୍ଠ ନେତା ଆଜମ୍‌ ଖାନ୍‌ ରାମପୁର୍‌ ସିଟ୍‌ରୁ ନିର୍ବାଚନ ଲଢିବେ। ଚଳିତ ଥର ଉତ୍ତରପ୍ରଦେଶରେ ଏସ୍‌ପି-ବିଏସ୍‌ପି–ଆର୍‌ଏଲ୍‌ଡି ମିଳିତ ଭାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏସ୍‌ପି ୩୭, ବିଏସ୍‌ପି ୩୭ ଓ ଆର୍‌ଏଲ୍‌ଡି ୩ ସିଟି୍‌ରେ ନିର୍ବାଚନ ଲଢୁଛନ୍ତି। ତେବେ ୟୁପିର୍‌ ଦୁଇଟି ଆସନ (ରାୟବରେଲି ଓ ଆମେଠି)ରେ ମେଣ୍ଟର କୌଣସି ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇନାହିଁ।

Categories
ଆଜିର ଖବର

ବିଜେଡ଼ିର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା : ନବୀନଙ୍କ ସହ ଅନେକ ହେଭିଓ୍ବେଟ୍‌ ନେତା ଓ ସେଲିବ୍ରେଟି ମାନେ ସାମିଲ୍‌

ନୟାଗଡ଼ରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଜେଡ଼ି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବାବେଳ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ରହିଛି। ଏହି ସମୟରେ ଦଳ ଏନେଇ ପୂର୍ବରୁ ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଏହି ତାଲିକାରେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ସାମିଲ୍‌ କରାଯାଇଛି।  ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି। ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ ପ୍ରମୁଖଙ୍କୁ ଏହି ତାଲିକାରେ ସାମିଲ୍‌ କରାଯାଇଛି। ସେହିଭଳି ଦଳର ହେଭିଓ୍ବେଟ୍‌ ନେତା ଭାବେ ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କୁ ଦଳ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି।

Categories
ଆଜିର ଖବର

୪୦ଜଣିଆ ଷ୍ଟାରପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି

୨୦୧୯ ସାଧାରଣ ନିର୍ବାଚନର ଉଷ୍ମତା ଧିରେ ଧିରେ ସାରା ଦେଶରେ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ ସବୁ ଦଳ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି। ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ପ୍ରଥମ ଆଉ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ବିଜେପି କିନ୍ତୁ ପଛରେ ରହିଯାଇଛି। ବିଜେପି ଏ ପର୍ଯ୍ୟନ୍ତ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନି। କିନ୍ତୁ ଏହି ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକଙ୍କ ତାଲିକା ଆଜି ପ୍ରସ୍ତୁତ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ବହୁ ପୁରୁଖା ନେତାଙ୍କ ନାମ ରହିଛି। ସେମାନେ ହେଲେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ପ୍ରକାଶ ଜାବେଦକର, ସ୍ମୃତି ଇରାନୀ, ହେମା ମାଳିନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ରମଣ ସିଂହ, ଶିବରାଜ ସିଂହ ଚୌହାନ ପ୍ରମୁଖ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେହିପରି ଓଡିଶାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ,କେଭି ସିଂହ ଦେଓ, ଜୁଏଲ ଓରାମ, ଓଡିଆ ଚିତ୍ରତାରକ ମିହିର ଦାସ, ମହେଶ୍ଵତା, ଅପରାଜିତା, ଅନୁ ଚୌଧୁରୀ, ଶ୍ରୀତମ ଦାସ ପ୍ରଭୃତି ଷ୍ଟାରପ୍ରଚାରକ ଏହି ତାଲିକାରେ ସାମିଲ ହୋଇଛନ୍ତି।