ବିଜେଡ଼ିର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା : ନବୀନଙ୍କ ସହ ଅନେକ ହେଭିଓ୍ବେଟ୍‌ ନେତା ଓ ସେଲିବ୍ରେଟି ମାନେ ସାମିଲ୍‌

Published: Mar 24, 2019, 1:01 pm IST
bjd releases star campaigner list

ନୟାଗଡ଼ରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବିଜେଡ଼ି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବାବେଳ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ରହିଛି। ଏହି ସମୟରେ ଦଳ ଏନେଇ ପୂର୍ବରୁ ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛି । ପ୍ରଥମ ୨ଟି ପର୍ଯ୍ୟାୟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଏହି ତାଲିକାରେ ଅନେକ ନୂଆ ଓ ପୁରୁଣା ନେତାଙ୍କୁ ସାମିଲ୍‌ କରାଯାଇଛି।  ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି। ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟ ପ୍ରମୁଖଙ୍କୁ ଏହି ତାଲିକାରେ ସାମିଲ୍‌ କରାଯାଇଛି। ସେହିଭଳି ଦଳର ହେଭିଓ୍ବେଟ୍‌ ନେତା ଭାବେ ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କୁ ଦଳ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି।

Related posts